ଆର୍ତ୍ତନାଦ
ଆର୍ତ୍ତନାଦ
ବିନ୍ଦୁ ବିନ୍ଦୁ ହୋଇ ସିନ୍ଧୁ ଭରେ ସିନା
ମନ ଭରେନା କାହିଁରେ
ମାଠିଆରେ ଛୋଟ ଛିଦ୍ର ହୋଇଥିଲେ
ନୀର ବହେ ଧିରେ ଧିରେ ।
ମନର ଆବେଗ ସ୍ବତଃ ଅନୁଭବ
ପୂର୍ଣ୍ଣ ହେଲେ ଅଭିଳାଷ
କଳ୍ପନା ରାଇଜେ ଭ୍ରମୁଥିଲେ ମନ
ନ ମିଳଇ ଅବକାଶ ।
ଜଳ ଯେ ତରଳ କଠିନ ବରଫ
ଆବର୍ତ୍ତନ ତାର ଗୁଣ
ବରଫ ତରଳି ନିମ୍ନଗାମୀ ହୁଏ
ଜଳର ବିଶେଷ ଧର୍ମ ।
ଶାନ୍ତ ପ୍ରବୃତ୍ତି ଯେ ଦୃଷ୍ଟ ପଣେ ଗଣା
ଭାଙ୍ଗିଗଲେ ଧର୍ଯ୍ୟ ବନ୍ଧ
ଜଳ ସ୍ପର୍ଶେ ପ୍ରଜ୍ବଳିତ ଅଗ୍ନିଶିଖା
ହୋଇଥାଏ ପ୍ରତିବନ୍ଧ ।
କଠିନ ପଦାର୍ଥ ଭାଙ୍ଗିଯାଏ ଯେଣୁ
ନଥାଏ ନମ୍ରତା ଗୁଣ
ଅଗ୍ନିରେ ଶୋଧନ ହୋଇଲେ କଠିନ
ନମ୍ର ହୋଇଥାଏ ପୁନଃ ।
ବିବେକ ମନକୁ ବାନ୍ଧି ରଖିପାରେ
ହେଲେ ବିବେକୀ ମନୁଷ୍ଯ
ବ୍ଯବହାରେ ପରିବର୍ତ୍ତନ ଆସିଲେ
ମିଳଇ ଆତ୍ମ ସନ୍ତୋଷ।
ପ୍ରତ୍ୟେକ ତାଲାର ଚାବିକାଠି ଅଛି
ଖୋଲା ପଡେନାହିଁ କେବେ
ସମୟ ବଦଳେ ପ୍ରକୃତି ବଦଳେ
ବଦଳିବ ଅନୁଭବେ ।
