STORYMIRROR

Bharatabandhu Biswal

Inspirational Others

4  

Bharatabandhu Biswal

Inspirational Others

ଯକ୍ଷପତି

ଯକ୍ଷପତି

1 min
227


ଭବସାଗରରେ ଶିଖରେ ଆବାସ

ମୁଁ ଯକ୍ଷପତି ମହାଜନ

ଅର୍ଥ ଧନ ରତ୍ନେ ଭରା ମୋ ଭଣ୍ଡାର

କୁବେର ମାନନ୍ତି ଜନ ।

ଚତୁର୍ଦ୍ଦିଗେ ଶୁଭେ ମୋ ନାମର ଡଙ୍କା

ଅଟେ ମୁଁ ଅସାଧାରଣ

ପୁଞ୍ଜିଭୂତ ସ୍ତୁପେ ସୁରକ୍ଷ ଆସନେ

ଦର୍ପେ ମୁଁ ଦଣ୍ଡାୟମାନ ।

ଶ୍ରମ ସେବା ଶକ୍ତି କର୍ମ ନିୟୋଜନେ

ଥାଏ ମୋର ନିୟନ୍ତ୍ରଣ

ଅଦୃଶ୍ୟ ଭାବରେ ନିଭାଏ ଭୂମିକା

ମୁଁ କ୍ଷମତା ମୂଳ କେନ୍ଦ୍ର ।

ସୃଷ୍ଟି ଜଳଚକ୍ର ସଦୃଶ ମୋ ଧର୍ମ

ଆଚରଣ ପ୍ରତ୍ୟାବର୍ତ୍ତୀ

କରେ ଆହରଣ ପ୍ରବାହ ସିଞ୍ଚନ

ବିନିଯୋଗେ ଧନ ବର୍ଷି ।

କରମ ଧରମ ନବୁଝେ ମୁରୁଖ

ଚାଲଇ ପ୍ରତିଯୋଗୀତା

କଳାବଜାରରେ ଛୋଟ ବଡ଼ ଟାପୁ

ରାତାରାତି ହୁଏ ଠିଆ ।

ପ୍ରାକୃତିକ ମୋର ପ୍ରବାହର ପଥ

ହୋଇଯାଏ ଅବରୁଦ୍ଧ

ସ୍ଥୂଳ ସ୍ଥଳ ବକ୍ଷେ ଚୂର୍ଣ୍ଣ ମୋ ଶିଖର

ଉଦ୍ଗମ ମୋ କଷ୍ଟସାଧ୍ୟ ।

ପ୍ରଦୂଷଣ ପୂର୍ଣ୍ଣ ସର୍ବତ୍ର ପ୍ରକୃତି

ବାହ୍ୟ ଅନ୍ତଃ କଳମଷ

ଏଣୁ ପରିଣାମ ହୁଏ ଅମଙ୍ଗଳ

ବଣ୍ଟନ ଅସାମଞ୍ଜସ୍ୟ ।

ମନୁଷ୍ୟ ଜୀବନ ନୁହେଁ ଆକସ୍ମିକ

ଉଦବର୍ତ୍ତଇ ଜନ୍ମ କର୍ମେ

ପ୍ରୟୋଜନ ଏଣୁ ସ୍ଥିର ଗୁଣାତ୍ମକ

ବୃତ୍ତି ସ୍ଥିତି ନିର୍ଦ୍ଧାରଣେ ।

ନ ଥାଇ ଯୋଗ୍ୟତା ନିଷ୍ଠା ବା ଆଦର୍ଶ

ଉପଯୁକ୍ତ ସୁସଂସ୍କାର

ହାସଲ ହୁଏନା ଉତ୍କର୍ଷ ସମ୍ମାନ

ଅହିତ ଭୋଗେ ଦୁଷ୍ଫଳ ।


   


Rate this content
Log in

Similar oriya poem from Inspirational