STORYMIRROR

Ajit Kumar Raut

Inspirational

4  

Ajit Kumar Raut

Inspirational

ଗେଣ୍ଡୁ ଫୁଲ ଓ ଦୟଣର ମାଳ

ଗେଣ୍ଡୁ ଫୁଲ ଓ ଦୟଣର ମାଳ

1 min
233


ଗେଣ୍ଡୁ ଫୁଲ ତାଙ୍କ ଅତି ପ୍ରିୟ ଅଟେ


ପ୍ରଭୁ ଜଗନ୍ନାଥଙ୍କର,


ଦୟଣର ମାଳ ଅର୍ପଣ କରିବି


ସେହି ହିଁ ବଡ଼ଠାକୁର ।


ପୁଷ୍ପାଞ୍ଜଳି ଦେବି ଗେଣ୍ଡୁ ପୁଷ୍ପେ ତାଙ୍କୁ


ପ୍ରଭୁ ବିପଦଭଞ୍ଜନେ,


ଦୟଣର ମାଳ ଗଳାରେ ଦେବି ମୁଁ


ପ୍ରେମ ଭକ୍ତି ଶ୍ରଦ୍ଧା ମନେ।


ଭକ୍ତି ପ୍ରେମ ଶ୍ରଦ୍ଧା ଶ୍ରଦ୍ଧାଞ୍ଜଳି ହେବ


ଶ୍ରୀଚରଣେ ମୋର ତାଙ୍କୁ,


ନିଶ୍ଚଳ ମନରେ ପବିତ୍ର ହୋଇଣ


ଭଜୁ ଥିବି ନିତ୍ୟେ ତାଙ୍କୁ।


ସଙ୍ଗ୍ରହ କରିଛି ଗେଣ୍ଡୁ ଫୁଲ ଆଜି


ଗୁନ୍ଥିଛି ଦୟଣ ମାଳି,


ନୂତନ ବସ୍ତରେ ସୁସଜ୍ଜିତ ହୋଇ


କରିବି ଠାକୁରେ ଅଳି।


ଗେଣ୍ଡୁ ପୁଷ୍ପେ ତାଙ୍କୁ ସୁସଜ୍ଜିତ କରି


ଦୟଣ ମାଳଟି ଦେବି।


କଳା ଶ୍ରୀମୁଖଟି ଦିଶିବ ସୁନ୍ଦର


ପ୍ରଭୁଙ୍କ ଶ୍ରୀମୁଖ ମୋର,


କାଳିଆର ମୁଖ ଦେଖୁ ଥିବି ମୁହିଁ


ଅନ୍ତର୍ଭୁକ୍ତ ହୋଇ ତାର।


ଜୀବନର କର୍ତ୍ତା ପ୍ରଭୁ ହିଁ କାଳିଆ


ଜୀବନେ ସର୍ବୋଶ ସେହୁ,


ତାଙ୍କ ବିନୁ ଗତି ନାହିହିଁ କାହାରେ


ପାଳନ କର୍ତ୍ତା ହିଁ ସେହୁ।


ତାଙ୍କ ନାମ ଭଜି ଏ ଜୀବନ ବିତୁ


ଜୀବନେ ସର୍ବଦା ସେହୁ,


ଧର୍ମପଥ ସେହୁ ସତ୍ୟପଥ ସେହୁ


ପ୍ରେମ ଭକ୍ତି ଭାବ ରହୁ।


ଗେଣ୍ଡୁ ଫୁଲ ତାଙ୍କ ଅତି ପ୍ରାୟ ଅଟେ


ପ୍ରଭୁ ଜଗନ୍ନାଥଙ୍କର,


ଦୟଣର ମାଳ ଅର୍ପଣ କରିବି


ସେହି ହିଁ ବଡ଼ଠାକୁର।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational