STORYMIRROR

Aishwarya Mishra

Inspirational

4  

Aishwarya Mishra

Inspirational

ଅକ୍ଷୟ ତୃତୀୟା

ଅକ୍ଷୟ ତୃତୀୟା

1 min
195

ଆମ ଓଡ଼ିଶାରେ ବାରଟି ମାସରେ

ହୁଅଇ ତେର ପରବ

ତନ୍ମଧ୍ୟରୁ ବୈଶାଖ ଶୁକ୍ଳ ତୃତୀୟାରେ

ଅକ୍ଷୟ ତୃତୀୟା ପର୍ବ ।


ଅତି ଶୁଭଦିନ ଅଟଇ ଯେ ଏହି

ବିବାହ ବ୍ରତ ନିମିତ୍ତ

ମହାଭାରତର ମହାଗ୍ରନ୍ଥ ଲେଖା

ହୋଇଥିଲା ତ ଆରମ୍ଭ ।


ବ୍ୟାସଦେବଙ୍କର ମନର ଭାବକୁ

ଗଜାନନଙ୍କ ଲେଖନୀ

ଏହି ଦୁଇଟିର ସମନ୍ବୟେ ଲେଖା

ମହାଭାରତ କାହାଣୀ।


ଏହି ଦିବସରେ ରଥ କାର୍ଯ୍ୟାରମ୍ଭ

ହୁଅଇ ଶ୍ରୀକ୍ଷେତ୍ର ଧାମେ

ମଦନ ମୋହନ ଚାପ ଖେଳିବାକୁ

ଗମନ୍ତି ନରେନ୍ଦ୍ରେ ଧିମେ ।


ପ୍ରଭୁ ପର୍ଶୁରାମଙ୍କ ଜନ୍ମ ତିଥି ଏ

ପୁଣ୍ୟମୟୀ ଧରା କୋଳେ

କ୍ଷତ୍ରୀ ଶୂନ୍ୟ କରି ଜଗତ ଉଦ୍ଧାରି

ସ୍ଥାପିଲେ ଧର୍ମ ସକଳେ ।


ଶିବଙ୍କ ଜଟାରୁ ଅବତରି ଗଙ୍ଗା 

ବହିଲେ ପୁଣ୍ୟ ଭାରତେ

ସବୁ ପାପ ନାଶୀ ପୁଣ୍ୟ ପରକାଶି

ମିଶିଲେ ସାଗର ଗର୍ଭେ।


ରାଧା-କୃଷ୍ଣଙ୍କର ଆଶିଷ ଲଭିଲେ 

ଭକ୍ତକବି ଜୟଦେବ 

ଅକ୍ଷି ତୃତୀୟାରେ ଆରମ୍ଭ କରିଲେ

ଶ୍ରୀକାବ୍ୟ ଗୀତ ଗୋବିନ୍ଦ।


ଶ୍ରୀବଳଦେବଙ୍କ ବିବାହ ଉତ୍ସବ

ଏହି ଦିନେ ଘଟିଥିଲା

ରେବତୀଙ୍କ ସହ ଶୁଭ ଲଗନରେ

ପରିଣୟ ହୋଇଥିଲା ।


ମହାଲକ୍ଷ୍ମୀଙ୍କର ପଦ୍ମ-ପାଦ ପୂଜି

ହରଷେ କୃଷକ ଭାଇ 

ଅକ୍ଷି-ମୁଠି ଧାନ ଅନୁକୁଳ କରେ

ଉଲ୍ଳସେ କ୍ଷେତକୁ ଯାଇ।


ଭକ୍ତି ନଇବେଦ୍ୟ କରି ସେ ଅର୍ପଣ 

ଜମିର ଐଶାନ୍ୟ କୋଣେ

ମାଆ ମହାମାୟୀ ସାହା ହୁଅ ତୁହି

ପୂଜେ ଭକ୍ତିପୂତ ମନେ।


ସୁନା ଫସଲରେ ପୂରିଉଠୁ କ୍ଷେତ

ଧନ ଧାନ୍ୟେ ପୂରୁ ଧରା

କ୍ଷୟ ନ ହେଉ ଧନ-ପୁଣ୍ୟ ଜଗତେ

ଅକ୍ଷୟ ଧର୍ମ ପସରା।


କ୍ଷୀରାବ୍ଦି-ତନୟା କର ଗୋ ସୁଦୟା

ନ ରହୁ ଦାରିଦ୍ର୍ୟ ଚିହ୍ନ

ଶ୍ରୀପର୍ଶୁରାମଙ୍କ ଚରଣେ ପ୍ରଣାମ

ପୂର୍ଣ୍ଣ କର ମନସ୍କାମ


Rate this content
Log in

Similar oriya poem from Inspirational