ମିଳୁନି କାଠ
ମିଳୁନି କାଠ
ଶ୍ରେଷ୍ଠ ଶ୍ରେଷ୍ଠ ବୋଲି କହୁଥିଲା ଖାଲି
ବିଚାର ଅବୁଝା ନର ।
କାଟୁ ଥିଲା ନିତି ବୃକ୍ଷକୁ ସବୁଠି
କୁରାଢି ରେ ବାର ବାର ।
କାଟି କୁଟି ସବୁ ସଫା କରି ଦେଲା
ଆପଣା ର ସ୍ବାର୍ଥ ପାଇଁ ।
ପରିବେଶ ପ୍ରତି ନଥିଲା ଦରଦ
କାନ୍ଦେ ଅମ୍ଳଜାନ ନେଇ ।
ପ୍ରକୃତିକୁ ନର କଲାନି ଆଦର
କଲା ତାକୁ ନାରଖାର ।
ମୃତ୍ୟୁ ପରେ ଆଜି ସେ ଗ୍ୟାସେ ଜଳୁଛି
କାଠ ଅଦ୍ୟ ବହୁ ଦୂର ।
ଅବୁଝା ମଣିଷ କରୁଛୁ ତୁ ଶେଷ
ନିଜ ହାତରେ ନିଜକୁ ।
ପ୍ରକୃତି ର ନଷ୍ଟେ ଜଗତର ନଷ୍ଟ
ବୁଝିଯା ଏବେ ତାହାକୁ।
ପ୍ରକୃତିର ରକ୍ଷା ଆମର ସୁରକ୍ଷା
ନଥିବ ବିପଦ ଭୟ ।
ନଥିବ ଯେ ବ୍ୟାଧି ଥିବ ଯେ ଔଷଧି
ମାନବର ହେବ ଜୟ ।
