Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Inspirational

4  

Suresh chandra Padhy

Inspirational

ମୋ ସୁନା ଭାଇ

ମୋ ସୁନା ଭାଇ

1 min
245



ମୋ ଭାଇ ତୋ ପରି କେହି ଆଉ ନ ହୋଇବ

ଯିଏ ସବୁ ବେଳେ ମୋ ପାଖେ ରହିଥିବ,

ଗୋଟେ ମା ଠାରୁ ଆମେ ହୋଇଛେ ଜନମ

ସାଥି ହୋଇ କରିଛେ ସବୁ କରମ ।

ତୁ ପାଖେ ନଥିଲେ ମନ ବୁଝେ ନାହିଁ ମୋର

ସଦା ଝୁରୁଥାଏ କଥାକୁ ତୋର

କିଏ ମୋତେ ଗାଳିଦେଲେ,

ଭାରି କଷ୍ଟଲାଗେ ତୋତେ

ଏତେ ଭଲ ପାଉଅଛୁ କେବେ ପର

କରିବୁନି ମୋତେ ।

ତୋ ପାଇଁ ମୁ କେତେ ଗର୍ବ କରିଥାଏ

ତୋ ଖୁସି ଦେଖି ନିଜେ ଖୁସି ହୋଇ ଯାଏ,

ମୋ ମନ ଜାଣି ସବୁ ଦେଇଅଛୁ ମୋତେ

ତା ପ୍ରତି ବଦଳେ କେବେ କିଛି ଦେଇନି ମୁ ତୋତେ,

ତୁ ମୋ ଉପରେ ରାଗିଗଲେ ଭଲଲାଗେ ନାହିଁ

କିନ୍ତୁ ଜାଣି ଅଛି ମୋ ପାଇଁ କେତେ ଚିନ୍ତାକରୁ ତୁହି ।

ଭାଇ ଭଗାରୀ କେମିତି ହୋଇବ

ରକ୍ତ ରକ୍ତକୁ ସଦା ଝୁରୁଥିବ

ସବୁ ଜନ୍ମରେ ତୁ ମୋ ଭାଇ ହୋଇଥିବୁ

ତୁ ମୋ ମନରେ ରହିଛୁ ରହିବୁ,

ହେ ଈଶ୍ୱର ମୋ ଭାଇକୁ ଭଲରେ ରଖିବ

ମୋ ଭାଇ ପରି ଏମିତି କିଏ ଆଉ ହେବ ।


Rate this content
Log in

Similar oriya poem from Inspirational