STORYMIRROR

Sabita Nayak

Inspirational

4  

Sabita Nayak

Inspirational

ସବୁଜ ବନାନୀର ନୀରବ ମୂର୍ଛନା

ସବୁଜ ବନାନୀର ନୀରବ ମୂର୍ଛନା

1 min
301

ଚାଲନା, ପାହାଡ ଉପରେ ଘରଟେ ତୋଳିବା 

ଆମେ ଦୁହେଁ ବସିଥିବା ପାଖାପାଖି ,

ଆକାଶର ମେଘସବୁ 

ଛୁଇଁବି ଛୁଇଁବି ହେଉଥିବ ଆମକୁ 

ତୁମେ ଗଣୁଥିବ ତାରା ଆକାଶକୁ ଦେଖି ।


ପାହାଡି ଝରଣା ଗାଉଥିବ 

ଆମ ପାଇଁ ଗୀତ,

 ହଜିଯିବା ଆମେ ଦୁହେଁ 

ସବୁଜିମା ମଧ୍ୟରେ 

ଶାନ୍ତ, ନୀରବତା, ଶୂନ୍ ଶାନ୍ 

ତୁମେ ଆଉ ମୁଁ 

ଖାଲି ନିସ୍ତବ୍ଧ ନିସ୍ତବ୍ଧ। 


ମୁଁ କେବେ ଗୁନ୍ଥିଦେବି ମାଳତି ଫୁଲର ଗଜରା 

ଭେଟିଦେବି ତୁମକୁ ସବୁଜହାର,

ତୁମେ ମୋ ପାଇଁ ଆଣିଦେବ 

ସ୍ବଚ୍ଛ ଝରଣାର ପାଣି 

ଭାବିବାନି କିଛି ଆମେ ଅଳିଆ ଅଡୁଆ କଥାକୁ 

କରିବାନି ଜମା ବିଷୟ ବିଚାର। 


ପାହାଡ ଜଳପ୍ରପାତର ଗୁମ୍ ସୁମ୍ ଶବ୍ଦରେ 

ସବୁଜ ବନାନୀର ନୀରବ ମୂର୍ଛନା ,

ଝରଣାରୁ ଗୋଟାଇବା ଧଳା,ନାଲି, ନେଳି

ସବୁଜ ପଥର 

ଡେଇଁବା ଝରଣା ପାଣିରେ ଲକ୍ଷ୍ୟହୀନ ଭାବେ 

ଆଉ ହଜିଯିବା ସେଇ ଦିବ୍ୟତା ମଧ୍ୟରେ 

ଭୁଲିଯିବା ସବୁ ଜୀବନ ଯନ୍ତ୍ରଣା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational