STORYMIRROR

Nrusingha Narayan Tripathy

Inspirational Others

4  

Nrusingha Narayan Tripathy

Inspirational Others

ବିଦ୍ୟାଳୟ

ବିଦ୍ୟାଳୟ

1 min
202


ବିଦ୍ୟାଳୟ ଅଟେ ପିଲାଙ୍କ ମନ୍ଦିର          

       ଶିକ୍ଷକ ଏଠି ପୂଜାରୀ

ପାଠ୍ୟକ୍ରମ ଶିକ୍ଷା ପୂଜା ଫଳ ଫୁଲ 

       ବିକାଶ ପାଇଁ ଜରୁରୀ ll


ବିଦ୍ୟାଳୟ ସଂଖ୍ୟା ସେୟାର ବଜାର

         ଆଜି ଦଶ କାଲି ଅଶି

ଶିକ୍ଷକ ପିଲାତ ଷ୍ଟକ ଏକ୍ସଚେଞ୍ଜ             

       ହିସାବ କରୁଥା ବସି ll


ସମାଜ ପାଇଁକି ଆବଶ୍ୟକ ଅତି

     ଗଢିବାକୁ ପାଠା ଳୟ

ଜନ୍ମ ମୃତ୍ୟୁ ହାର ହିସାବ ହୁଏନି

     ହେଲାବେଳେ ବିଦ୍ୟାଳୟ ll


ବିଦ୍ୟାଳୟ ଏକ ପାଖେ ଥିବାବେଳେ

          ଗଢ଼ା ତ ହୁଏ ଦଶଟି

ରାସ୍ତା ଘାଟ ବନ୍ଧ ପିଲା ଜନ୍ମ ଦେବେ

      ଧନ୍ୟ ସେ ଚିନ୍ତାଧାରା ଟି ll


ଏବେ ବିଦ୍ୟାଳୟ ମିଶାଉଛ ପୁଣି

      ଶିକ୍ଷାନାମରେ ସଂସ୍କାର

କେତେ ଆମ ଟଙ୍କା ଖର୍ଚ୍ଚ କରିଥିଲ

       ଦାବି ରହେ ଜନତାର ll


ନାହିଁ ବାଉଣ୍ଡାରୀ ପିଲାଙ୍କ ପଡିଆ

       ଖେଳ କୁଦ ସଭା ପାଇଁ

କିଚେନ ଗାଡେନ ସବୁଜିକରଣ

    ଟଙ୍କା ଆସେ ଧାଇଁ ଧାଇଁ ll


ପୂର୍ବେ ବିଦ୍ୟାଳୟ କାନ୍ଥରେ ଲିଖିତ

        ନୀତିବାଣୀ ମହାଧନ

ବିଦ୍ୟାଳୟ ଏବେ ପଇସା ଫଳକ

        ଦେଖିକି ଚିନ୍ତିତ ମନ ll


ଦେଇ ପାଞ୍ଚ ସାତ ହଜାର ଟଙ୍କାତ

       ସୂଚନା ଫଳକେ ଲେଖ

ଉଦ୍ଦେଶ୍ୟ ମହାନ କରିବା ପାଇଁକି

        ଶିକ୍ଷକ କୁ ବଦନାମ ll


ଏଲପି କୁ ୟୁପି ବିଦ୍ୟାଳୟ କଲ

       ଧନ୍ୟ ତୁମ ମହାନତା

ଶିକ୍ଷକ ଅଭାବେ ପିଲା ନିରକ୍ଷର

     ଭକୁଆ ଏଠି ଜନତା ll


ଭଲ ବିଦ୍ୟାଳୟ ଗଢିବାକୁ ଆଶା

        ରଖିଛକି ମାନ୍ୟବର

ପ୍ରତି ପଞ୍ଚାୟତେ ଏକ ବିଦ୍ୟାଳୟ

         ତୁରନ୍ତ ପ୍ରତିଷ୍ଠା କର ll


ବିଦ୍ୟାଳୟ ସଂଖ୍ୟା ଶିକ୍ଷକଙ୍କ ସଂଖ୍ୟା

          ନିଦ୍ଧିଷ୍ଠତା ରକ୍ଷାକର

ଶିକ୍ଷକ ମାନଙ୍କୁ ସମ୍ମାନ ଦେଇକି

       ପାଠ୍ୟକ୍ରମ ସ୍ଥିର କର ll


ପରୀକ୍ଷା ବ୍ୟବସ୍ଥା କଡାକଡି କର

        ପ୍ରତିଭାକୁ ଉତ୍ସାହିତ

ପିଲା ମୂଲ୍ୟାୟନେ ନମନୀୟତାକୁ

      କର ଆଗେ ପ୍ରତ୍ୟାଖୀତ ll


ସଂରକ୍ଷଣ ରୋଗ ତୁରନ୍ତ ହଟାଅ

       ସମାନତା ଅଧିକାର

ଶିକ୍ଷା ସଂରକ୍ଷଣେ ପ୍ରତିଭା ଦମନ

       ବିଷ ଅଟେ ସମାଜର ll


ସବୁ ବିଦ୍ୟାଳୟେ ସମାନ ସୁବିଧା

       କର ଆଗ ସ୍ଥିରୀକୃତ

ଗଢ଼ା ଭଙ୍ଗା ନୁହେଁ ବିଦ୍ୟାଳୟ ଆମ

      ନ ହେଉ ତାସ ଖେତ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational