ଧନ ବଳ
ଧନ ବଳ
କ୍ଷୁଦ୍ର ନଦୀ ଜଳ ଯେତେ ଶୁଖେ ଗ୍ରୀଷ୍ମ କାଳେ
ଅଳ୍ପ ଧନେ ଜନ ଅକାଳେ ପଡେ ପାତାଳେ ।
ବିତ୍ତଶାଳୀ ଜନ ବିତ୍ତ ପାହାଡ଼ରେ ବସି
ସୁଖେ ହସି ଛୁଉଁଥାଏ ବ୍ୟୋମ ପୂର୍ଣ୍ଣ ଶଶୀ ।
ପ୍ରବଳ ଲଭଇ ସବୁ କଥାରେ ସୁଯୋଗ
ଦୁର୍ବଳ ଲଲାଟେ ଲେଖା ଲାଞ୍ଛନାର ଯୋଗ ।
ବଂଶାନୁକ୍ରମିକେ ପାଇ ଅଚଳ ସଂପତ୍ତି
କେ ସୁଖ ଭୋଗଇ ନିତି ନଥାଏ ବିପତ୍ତି ।
ନିଜ ପୁରୁଷାର୍ଥେ କେହୁ ଧନ ଅରଜଇ
ଧନ ବଳେ ସଂସାରେ ମାନ ସମ୍ମାନ ଲଭଇ ।
ଭାଗ୍ୟ ବଳେ ଧନୀ ଲଭୁଥାଏ ଭାଗ୍ୟଫଳ
ଭାଗ୍ୟ ହୀନେ କର୍ମ କରି ଅଭାଗା ନିଷ୍ଫଳ ।
ପରୋପକାରେ ଧନ ଜୀବନ ଉତ୍ସର୍ଗି
ଧନୀ ମଣୁଥାଏ ଯଦି ନିଜକୁ ସୌଭାଗୀ ।
ପୂଣ୍ୟ ବଳେ ଧନୀମନ ହୁଅଇ ନିର୍ମଳ
ଦିନୁ ଦିନୁ ବଢୁଥାଏ ଧନ ହୋଇ ପ୍ରବଳ ।
ପର ଦୁଃଖେ କାତର ଅଳ୍ପ ଧନୀ ନର
ଅସହାୟ ପଣେ ନିଜକୁ ମଣୁଥାଏ ଛାର ।
ନିଜ ଦୁଃଖ ହରିବାକୁ ସେ ହୁଏ ଅକ୍ଷମ
ପରଦୁଃଖ ହରିବାକୁ ହେବ କି ସକ୍ଷମ।