ଯୌଥ ପରିବାର
ଯୌଥ ପରିବାର
ଉର୍ଦ୍ଧ ମୁଖୀ ମାନବ ଜାତି
ହଜିଛି କାହିଁ ତାହାର ରୀତି
ପାଶ୍ଚାତ୍ୟ ସଂସ୍କୃତି କୁ କରିଛି ନିଜର ମୂଳ ।
ପ୍ରତି ଭବନେ ଏକାନ୍ତ
ସମସ୍ତେ ପ୍ରକାଶି ନିଜତ୍ୱ
ନିଶବଦେ ଉଭେଇଛି ସଭିଙ୍କର କୋଳାହଳ ।
ଜେଜେଙ୍କ ବାଂକୁଲି ବାଡ଼ି
ପିଲାଏ ଛାଡ଼ନ୍ତି ରଡି
ଭାରି ମିଠା ଲାଗେ ବୁଢୀମା ଦିଅନ୍ତି ବାଛି ବାଛି କୋଳି l
ପରବ ପର୍ବାଣି ବେଳେ
ବନ୍ଧୁ ବାନ୍ଧବ ଙ୍କ ମେଳେ
ଭଳି ଭଳି ପିଠା ପଣାଦିନ ବିତେ ହସି ଖେଳି ।
ଦାଦା ଖୁଡି ମା ବାପା
କିଏ ଭାଇ ଅବା ଅପା
ବିପଦ ଆପଦ ସହି ସର୍ବେ ରହନ୍ତି ଏକାଠି ମିଳି l
ଯୌଥ ପରିବାର କି ଗୁରୁତ୍ୱ
ବୁଝିବା ଜନେ ବୁଝନ୍ତି ମହତ୍ୱ
ଗୋଟିଏ ରଜ୍ଜୁ ରେ ବନ୍ଧା ଅନେକ ଫୁଲ ର ମାଳ l
ସ୍ନେହ ଶ୍ରଦ୍ଧା ପୀରତି
ଭଣ୍ଡାର ସେ ଅସରନ୍ତି
ନମଣି ବୋଝ ବୟଜ୍ୟେଷ୍ଠଙ୍କୁ ସେବା ରେ ପୁରାଅ ଥାଳ l
