STORYMIRROR

PRABHAS KUMAR MOHAPATRA

Inspirational

4  

PRABHAS KUMAR MOHAPATRA

Inspirational

କରୋନା ଆଶୁ ଚିକିତ୍ସା

କରୋନା ଆଶୁ ଚିକିତ୍ସା

1 min
295


ଶୁଣ ଭାଇ ଜନ ଦେଇ ମନ ଧ୍ୟାନ

ମାଆ ଭଗ୍ନୀ ବୃଦ୍ଧା ବୃଦ୍ଧ ।

କରୋନା ର ଆଶୁ ଚିକିତ୍ସା କିପରି

କରିବ ତା ସାଥେ ଯୁଦ୍ଧ ।।୧


କରୋନା ଲକ୍ଷଣ ଦେଖିଲେ ଯେ ଗଣ

ବ୍ୟଥିତ ଜମା ନ ହେବ ।

ଗୋଟି ଗୋଟି କରି ଉପାୟ କହୁଛି

ଭାଇ ତାକୁ ଯେ ପାଳିବ ।।୨


ଭିଟାମିନ- ସି ଯେ ଦିନକୁ ଦୁଇଟି 

ଗୋଟିଏ କରି ଖାଇବ ।

ପାରାସିଟାମଲ୍ ଗୋଟିଏ ଲେଖାଏଁ

ଜ୍ଵର ଆସିଲେ ଖାଇବ ।।୩


ଖାଦ୍ୟ ପରେ ଭାଇ ଦିନକୁ ଗୋଟିଏ

ଭିଟାମିନ-ବି ଖାଇବ ।

ଜିଙ୍କିସଲ‌ଫେଟ ଦିନକୁ ଦୁଇଟି

ଗୋଟିଏ କରି ଖାଇବ ।।୪


ଖାଦ୍ୟର ପୂର୍ବରୁ ଦିନକୁ ଗୋଟିଏ

ଯେ ଆଜିଥ୍ରୋମାଇସିନ୍ ।

ଲିଭୋସିଟ୍ ପୁଣି ଖାଇବ ଗୋଟାଏ

ଅଖିଆ ଯେ ପ୍ରତି ଦିନ ।।୫


ଓ.ଆର.ଏସରୁ ଗୋଟିଏ ଚାମଚ

ଗୋଟିଏ ଗିଲାସ ପାଣି ।

ଫୁଟାଇ ପିଇବ ପ୍ରତିଦିନ ଭାଇ

ନିଇତି ପାଣିକୁ ଛାଣି ।।୬


ହୋମିଓପାଥିକ ଗୋଲିରୁ ଚାରୋଟି

ଖାଲି ପେଟରେ ଖାଇବ ।

ପ୍ରତି ଦିନ କାଢା ଯେ ଗରମ ପାଣି

ସଭିଏଁ ଭାଇ ପିଇବ ।।୭


ପ୍ରତ୍ୟେକ ଯେ ବ୍ୟକ୍ତି ପ୍ରତିଦିନ ଭାଇ

ଲୁଣ ପାଣି ଗରମରେ ।

ଗଳ ଗଳ କରି କୁଳି ଯେ କରିବ

ସକାଳ ଆଉ ସନ୍ଧ୍ୟାରେ ।।୮


ମାନିଲେ ଏତିକି ନିୟମଟି ଭାଇ

ଆଉ ଭୟ ନ ରହିବ ।

କରୋନା ପାଖରୁ ଯିବ ଯେ ଦୂରେଇ

ସଂସାର ତୁମ ହସିବ ।।୯

   


Rate this content
Log in

Similar oriya poem from Inspirational