ଜୀବନ
ଜୀବନ
ଏନ୍ତୁଡି ନିଆଁରୁ ଜୀବନ ଆରମ୍ଭ
ଜୁଇରେ ଜୀବନ ଶେଷ ।
ଅଢେଇ ଦିନର କୁଣିଆ ମଣିଷ
କାହିଁ ମିଛ ରାଗ ଋଷ ।।
ଆସିଛୁ ଖାଲିରେ ଯିବୁ ଫେରି ଖାଲି
ଚିରନ୍ତନ ଧ୍ରୁବ ସତ୍ୟ ।
ମିଛେ ମୋର ବୋଲି କହୁ ଅଛୁ ଖାଲି
ମଝିରେ ସବୁ ଅସତ୍ୟ ।।
ଶରୀର ବି ତୋର ନୁହଁଇ ନିଜର
ଅଟଇ ସେ ଭଡ଼ା ଘର ।
ଦିନେ ଯିବୁ ଛାଡ଼ି ପ୍ରାଣ ଗଲେ ଉଡ଼ି
ପିଣ୍ଡ ହେବ ଭାଇ ମର ।।
ଆଜିର ଜୀବନ କାଲିର ନୁହେଁରେ
ଜୀବ କେବେ ସେହି ଚାଲି ।
ଆଜିର କରମ କରିଯାରେ ଆଜି
ନଭାବେ ଭାଇ ତୁ କାଲି ।।
ଅଳପ ଦିନର କୁଣିଆ ମଣିଷ
ନିଶ୍ଚୟ ଯିବାରେ ଚାଲି ।
ସ୍ନେହ ପ୍ରେମ ପ୍ରୀତି ବାଣ୍ଟି ଚାଲ ନିତି
ଭାବି ସର୍ବେ ନିଜ ବୋଲି ।।
