ଆମ ପରିବାର
ଆମ ପରିବାର
ଆମେ ସବୁମିଳିମିଶି ରହିଥାଉ ଯେଉଁଠି,
ସିଏ ଆମ ପରିବାର ଖୁସିଥାଏ ସେଇଠି ।
ଜେଜେ,ଜେଜେମା ଆମର ସିଏ ଭାରି ବଢ଼ିଆ,
କେବେହେଲେ ଲାଗନ୍ତିନି ଅାମକୁ ସେ ଅଡୁଆ ।
ଜେଜେ ଆମ ଭାରି ଭଲ କେତେ ଗପ କହନ୍ତି,
ଜେଜେମା ତ ସବୁବେଳେ ଆମ ଯତ୍ନ ନିଅନ୍ତି ।
ଅଫିସ୍ କୁ ବାପାଗଲେ ମା ଏକା ରହନ୍ତି,
ଏମାନେ ଥିବାରୁ ବହୁ ସାହାଯ୍ୟ ସେ ପାଆନ୍ତି ।
ଜେଜେ,ଜେଜେମାଙ୍କର ବଢ଼ିଲାଣି ବୟସ,
ସେଥିପାଇଁ ମା ନିଏ ତାଙ୍କ ଯତ୍ନ ଅଧିକ ।
ଯେଉଁଘରେ ନରହିବେ କେହିହେଲେ ବୟସ୍କ,
ସେ ଘରର ପିଲାମାନେ ହେବେ ଅନ୍ୟମନସ୍କ ।
ଭାଇ,ଭଉଣୀ ସମସ୍ତେ ଖେଳୁ ଆମେ ଏକାଠି,
ଆମଭିତରେ ନଥାଏ ଭେଦଭାବ କିଛିଟି ।
ନିତି ଶୋଇଲାବେଳକୁ ଜେଜେ ଗପ କହନ୍ତି,
ନିଦ କେବେ ଆସିଯାଏ ଜାଣିହୁଏ ନାହିଁଟି ।
ଜେଜେଙ୍କ ସାଥୀରେ ଖେଳୁ ଲୁଡୁ ଆଉ କ୍ୟାରମ୍,
ବୋର୍ ଆଉ ଲାଗେନାହିଁ ଲାଗେ ବଡ ଆରାମ ।
କେତେ ପିଠାପଣା ଆମ ଜେଜେମାଆ କରନ୍ତି,
ପିଠିକୁ ଆଉଁସି ଦେଇ ଖାଇବାକୁ ଦିଅନ୍ତି ।
ଆମଘର ଭାରିଭଲ କେବେ କଳି ଲାଗେନା,
ସବୁବେଳେ ବହୁଥାଏ ସେନେହର ଝରଣା ।
ମିଳିମିଶି ରହିବାରେ ଯେଉଁ ମଜା ଥାଏଟି,
ଏକୁଟିଆ ରହିଲେ ସେ ମଜା ମିଳେ ନାହିଁଟି ।
ସୁଖଦୁଃଖ ଆମେ ଏଠି କରିଥାଉ ସେୟାର,
ପରିବାର ଲୋକେ ଆମ ନେଇଥାନ୍ତି କେୟାର ।
ପରିବାରପରି ଜାଗା ପୃଥିବୀରେ ନାହିଁଟି,
ରହିଛି ମୁଁ ରହିଥିବି ସବୁବେଳେ ସେଇଠି ।
