STORYMIRROR

BISWESWAR MAJHI

Inspirational

4  

BISWESWAR MAJHI

Inspirational

ପତିପତ୍ନୀଙ୍କ ସମ୍ପର୍କ

ପତିପତ୍ନୀଙ୍କ ସମ୍ପର୍କ

1 min
332

ବିଶେଷ ବହନ ବିବାହର ନାମ ଭିନ୍ନ ଭିନ୍ନ ତା'ର ରୀତି

ଉଦୁଲିଆ ବାହା ଝିଙ୍କାଟଣା ବିହା କେଉଁଠି ଗାନ୍ଧର୍ବ ନୀତି।

ବୈଦିକ ବିବାହ ସବୁଠୁ ଉର୍ଦ୍ଧ୍ୱରେ ଗୁରୁଜନ ଆଶୀର୍ବାଦ 

ରେଜେଷ୍ଟରୀ ବାହା ଭାରି ଦଗାଦିଆ ଅଳପ ଦିନେ ବିବାଦ।


 ବିଶ୍ୱାସର ଅନ୍ୟ ନାମ ବିବାହଟି ପତିପତ୍ନୀ ଦୁଇ ଜଣ

ଜୀବନ ହୁଅଇ ତହିଁ ପୂର୍ଣ୍ଣକାମ ଡରିଯାନ୍ତି ଜନ୍ତୁରାଣ।

ପତିପତ୍ନୀ ପାଇଁ ବିବାହ ବେଦିରେ ହୋମ ଅଗ୍ନି ପ୍ରଜ୍ୱଳିତ

ପ୍ରଦକ୍ଷିଣ କରି ସାତଟି ପ୍ରତିଜ୍ଞା କଳସ ମାଡନ୍ତି ସାତ।


ସାତ ଜନମକୁ ସାଥୀ ହୋଇଯାନ୍ତି କହିଲେ ବିଶ୍ୱାସ ନୁହେଁ 

ଗୋଟିଏ ଶରୀର ଆନ ଗୋଟି ଆତ୍ମା ପରିପୁରକଟି ଦୁହେଁ ।

ଶଗଡ ଗାଡିର ଦୁଇ ଚକ ପରି ପତିପତ୍ନୀ ଦୁଇ ଜଣ

ଜଣକର ଅଭାବରେ ଆଉ ଜଣେ ଜୀବନ ଯାତ୍ରା ଅପୂର୍ଣ୍ଣ।


ଆଦର୍ଶ ପତିପତ୍ନୀ କେତେଜଣ କୀର୍ତ୍ତି ଅରଜି ଅଛନ୍ତି

ଯଥା ରାବଣସ୍ୟ ମନ୍ଦୋଦରୀ କହି ବ୍ରାହ୍ମଣ ମନ୍ତ୍ର ପଢନ୍ତି।

ଯଥା ବିଷ୍ନୋର୍ଲକ୍ଷ୍ମୀ ମନ୍ତ୍ର ମନେପଡେ ସାଗର ବକ୍ଷରେ ବିଷ୍ଣୁ 

ଲକ୍ଷ୍ମୀ ତାଙ୍କ ପଦ ସେବାରେ ନିମଗ୍ନ ଭୁଲିବ କି କିଏ ମନୁ !


ସତୀ ଶିରୋମଣି ସାବିତ୍ରୀ ରମଣୀ ଯମକୁ ଜିତି ସାଧନେ

ଫେରାଇ ଆଣିଲେ ନିଜ ପୁଣ୍ୟବଳ ହେତୁ ପତି ସତ୍ୟବାନେ।

ଶ୍ରୀରାମ ଶପଥ କଲେ ସୀତା ଏକ ପତ୍ନୀ ମହା ବ୍ରତ 

ସୁବର୍ଣ୍ଣ ସୀତାଙ୍କୁ ବସାଇ ବାମରେ ଯଜ୍ଞ କଲେ ସମାପିତ।


ସତୀ ଅନସୂୟା ପତନୋନ୍ମୁଖୀ ବିଷ୍ଣୁ ଦାସ ପାଇଁ ପଣ

ନପାହୁ ଏ ରାତି ନମରନ୍ତୁ ପତି ଅଂଶୁମାନ ରଣଭଣ।

ପତି ପ୍ରାଣା ସତୀ ସାଂସାରିକ ମତେ କରିଥିଲେ କର୍ମ ସାର

ଅହଲ୍ୟା ଦ୍ରୌପଦୀ ମନ୍ଦୋଦରୀ ପୁଣି କୁନ୍ତୀ ତାରା ପ୍ରାତସ୍ମର।


ସତୀ ଯଜ୍ଞକୁଣ୍ଡେ ଝାସ ଦେଲେ ଶିବ ଶବକୁ କାନ୍ଧରେ ବହି

ପୃଥୀ ପରିକ୍ରମା କଲେ ସିନା ତାଙ୍କ ଚେତନା ଆସିଲା ନାହିଁ।

ଶିବ ଶକ୍ତି ଦୁହେଁ ଜଣକ ବ୍ୟତୀତ ଆନ ଜଣେ ମୂଲ୍ୟହୀନ

ଶକ୍ତି ବିନା ଶିବ ପାଲଟିବେ ଶବ ଶିବ ବିନା ଶକ୍ତି ଦୀନ।



Rate this content
Log in

Similar oriya poem from Inspirational