Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ପୃଥିବୀ ଦିବସ ଅନୁଚିନ୍ତା

ପୃଥିବୀ ଦିବସ ଅନୁଚିନ୍ତା

1 min
4


    

ଆଜି ପୃଥିବୀଦିବସେ ଶୁଣରେ ମନୁଷ୍ୟ l

ପୃଥିବୀରେ ଶ୍ରେଷ୍ଠଜୀବ ମଣିଷର ବାସ ll

ଅଶେଷ ବ୍ରହ୍ମାଣ୍ଡ ବିଶ୍ୱେ ରହିଛିଯେ ପୁରି l

ତାମଧ୍ୟେ ପୃଥିବୀ ଏକ ବସତି ମୋହରି ll

ବନ, ଗିରି, ନଦନଦୀ, ହ୍ରଦ, ସିନ୍ଧୁ ଜଳ l

ରତ୍ନଗର୍ଭା ପୃଥ୍ବୀମଧ୍ୟେ ରତ୍ନ ମାଳ ମାଳ ll

ବିଧାତା ଖଞ୍ଜିଅଛନ୍ତି ବସ୍ତୁ କେତେ କାହିଁ l

ମନୁଷ୍ୟ ତୁ ଚଳ ବୁଦ୍ଧି ବିବେକ ଖଟାଇ ll

ମଣିଷକୁ ଦିବ୍ୟଜ୍ଞାନ ଦେଲେ ଭଗବାନ l

କିନ୍ତୁ ମଣିଷ ହୋଇଲା ବିଜ୍ଞାନୀ ଅଜ୍ଞାନ ll

ଖୋଳିଖାଳି ରତ୍ନଗର୍ଭ କଲା ସବୁଖୋଳ l

ନଦୀରେ ଶୁଖାଇଦେଲା ବହମାନ ଜଳ ll

କାଟି କୁଟି ଅରଣ୍ୟକୁ କରି ଦେଲା ପଦା l

କିଆଁ ନଋଷିବ ପୁଣି ମାଆ ମୋ ବସୁଧା ll

ଦେଖୁଛ ତ ସବୁ କେଡ଼େ ବଢୁଛି ଉତ୍ତାପ l

ବେଳଥାଉଁ ସାବଧାନ ଭୋଗିବ ସନ୍ତାପ ll

ନିଜ ବାସ ନିଜେ ଧ୍ଵଂସ ନ କର ମନୁଷ୍ୟ l

ବିବେକୀ ନରଙ୍କୁ ଆଜ ରହିଲା ସନ୍ଦେଶ ll

       


Rate this content
Log in

Similar oriya poem from Inspirational