STORYMIRROR

Kalandi pal

Inspirational

3  

Kalandi pal

Inspirational

ଭକତ ବିନା ଅଧୁରା

ଭକତ ବିନା ଅଧୁରା

1 min
221



ଭାବ, ଭକ୍ତି, ସମର୍ପଣର ଠାକୁର

     ଭାବରେ ରଥ ଯାତରା.

ଭାବରେ ଅଭାବ ରଥ ଜାତ ତଵ

     ଭକତ ବିନା ଅଧୁରା.

ପ୍ରଭୁ, ବିନା ଭକ୍ତେ ହୁଅ ବିଭୋରା.l0l


ଭାବରେ ଡ଼ାକୁଛୁ ଭକତି ନେଉଛୁ

     ଦେଉଛୁ ସୁଖ ସାଗର.

ସୁଖ ସାଗରରେ ଦୁଃଖର ଢେଉରେ

     ପରଖୁ ଭକ୍ତ ଅନ୍ତର.

ଭକତ ଅନ୍ତର ସମର୍ପଣେ ତୋର

     ପୂରଣ ହେବ ଯାତରା. l1l


ଜାଣି ଶୁଣି ଯେବେ କୁଟ କରୁ ତେବେ

     ଆଉକେ ବୁଝିବ ଦୁଃଖ.

ସେଇ ଦୁଃଖ ନେଇ ତୋ ନାମେ ଖୋଜଇ

     ଦୁଃଖରେ ଟିକିଏ ସୁଖ.

ସେଇ ସୁଖେ ନାଥ ଗଡୁ ଥିବ ରଥ

     ଯୁଗ ଯୁଗ ପାଇଁ ପରା. l2l



Rate this content
Log in

Similar oriya poem from Inspirational