STORYMIRROR

Krushna Chandra Lenka

Inspirational

3  

Krushna Chandra Lenka

Inspirational

ଏ ଯୁଗର ହରିଶ୍ଚନ୍ଦ୍ର

ଏ ଯୁଗର ହରିଶ୍ଚନ୍ଦ୍ର

1 min
413

ମହାମାରୀ କାଳେ ଏଠି ମଣିଷତ୍ଵ ସୁପ୍ତ,

ଛୁଅଁନା ଛୁଅଁନା ବୋଲି କହେ ଜନମତ ।

ଆପଣାର ଲୋକେ ଯଦି କରେ ଇହଲୀଳା,

କୋଭିଡ ମୃତକ ଚିନ୍ତି କରିଥା'ନ୍ତି ହେଳା ।

କେତେ ଆଶା ନେଇ ଯହିଁ ଚିନ୍ତିଥାଏ ପିତା,

ମୁଖେ ନିଆଁ ଦେଇ ସୁତ ଜାଳିବ ତା' ଚିତା।

ସାହି ପରିଜନ ସାଥେ ପୂରିବ ଶ୍ମଶାନ,

ରାମ ନାମ ସତ୍ୟ ଡାକେ ଫାଟିବ ଗଗନ।

ତା' ସପନ ସବୁ ଏଠି ରହଇ ସପନେ,

ନ ପୂରନ୍ତି କେହି ଜଣେ ଶେଷ ଦରଶନେ।

ଏମନ୍ତ ସଙ୍କଟ କାଳେ ହରିଶ୍ଚନ୍ଦ୍ର ସାଜି,

ଶବ ସତକାର ପାଇଁ ଆପଣାର ହେଜି।

ସାମ୍ବାଦିକ ଅବା କେହି ଯୁବ ସ୍ୱେଚ୍ଛାସେବୀ,

ପ୍ରଶାସନ ସାଥେ ପୁଣି ସେ ସମାଜସେବୀ।

ସ୍ୱଇଚ୍ଛାରେ ଶବ ପାଶେ ଆସିଥା'ନ୍ତି ଧାଇଁ,

ଚାରି କାନ୍ଧେ ନେଇ ଯା'ନ୍ତି ଶମଶାନେ ତହିଁ।

ଆପଣା ଜୀବନକୁ ସେ ନମଣି ବିପଦେ,

ଏ ସଙ୍କଟେ ହ୍ୱନ୍ତି ଠିଆ ଆପଣାର ପାଦେ।

ତବ ପରି ଯୋଦ୍ଧା କେହି ନାହିଁ ଏ ଜଗତେ,

ନିଃସ୍ୱାର୍ଥପରେ ଯେ ସେବା ଦିଏ ଅବିରତେ।

ଏ ସଙ୍କଟେ ଯହିଁ ଆପଣା ହୁଅଇ ପର,

ସେ ସଙ୍କଟେ ତୁମ୍ଭେ ହେଲ ଅତି ଆପଣାର।

ଦେଖି ତବ ପାଶେ ଏଇ ମଣିଷ ପଣିଆ,

ଧନ୍ୟ ଧନ୍ୟ ବୋଲି କହେ ଏ ସାରା ଦୁନିଆ।

ତବ ଏଇ ସେବା ଦେଖି ତୋଷ ହୁଏ ମହୀ,

ତୁମ୍ଭେ ତାର ଯୋଗ୍ୟ ସୁତ ବୋଲି ହୁଏ କହି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational