STORYMIRROR

Debadatta Jena

Inspirational

3  

Debadatta Jena

Inspirational

ସତେ ମୁଁ ଜାଣିଛି କେତେ

ସତେ ମୁଁ ଜାଣିଛି କେତେ

1 min
194

ମା ଲୋ ତତେ ମୁଁ ଚିହ୍ନିଲି କେବେ,

ମନେ ମୋ ପଡୁଛି, କିଛି ମୁଁ ଭୁଲିଛି,

ସେଇ କଥା ଏବେ ଭାବେ,

କେତେ ମୁଁ ଜାଣିଛି ତତେ, ଆଉ

ତତେ ମୁଁ ଖୋଜିଛି କେତେ!

ମୁଁ ଯେତେ ବେଳେ କୁଆଁ ରଡ଼ି ଦେଲି,

ତୋଳି ନେଇ ମତେ,ବୋକ ଦେଇଥିଲୁ ଯେବେ,

ତତେ ମୁଁ ଚିହ୍ନିଲି ସେବେ,

ମୁଁ ଯେତେବେଳେ ଭୋକରେ ଆଉଟେ,

ତୋ ପୟ ପାଇଲି ତେବେ,

ତତେ ମୁଁ ଜାଣିଛି ସେବେ!

ମା ଲୋ ତୋ ଭାଷା ବୁଝିଛି କେବେ,

ଧନ ଧନ ବୋଲି ଗେଲ୍ହେଇ କହିଚୁ,

ବା ବା ମା ମା ମୋ ସୁନା,ମୋ ଧନ,

ବଳେଇ କହିଚୁ କେତେ, ତୋ ଠୁଁ ଜାଣିଛି ସେବେ,

ତୁ ଯେବେ କହୁ ଧୋ ରେ ବାୟା, ମୋ ଗଳାମାଳି,

ମୋ ସୁନା ଥାଳି,ସେ ଗୀତ ଶୁଣିଚି କେତେ,

ତତେ ମୁଁ ଜାଣିଛି ସେତେ,

ସତେ ମୁଁ ଜାଣିଛି କେତେ,

କେତେ ମୁଁ ଜାଣିଲେ,କେତେ ମୁଁ ବୁଝିଲେ,

ବଳି କି ପାରିବି ତତେ,

କଳି କି ପାରିବି ତତେ, ମୁଁ ସତେ?

ତୁ ଯେବେ କହୁ ତୋ ବାବା ଆସିଲେ,ଚାନ୍ଦ ଆଣି ଦେବେ,

ହାତୀ ଆଣି ଦେବେ, ଘୋଡା ଆଣି ଦେବେ,

ତେଲିଙ୍ଗି ବାଇଦ, ବାଘ ଘୋଲା ନାଚ,

ଚାନ୍ଦୁରେ ବସେଇ ନେବେ, ତତେ ମୁଁ ଜାଣିଛି ତେବେ,

ଯାହା ଶିଖେଇଛୁ ମତେ, ସେ ଭାଷା ଶିଖିଚି ସେତେ!

ମା ଲୋ କେତେ ମୁଁ ଜାଣିଛି ତତେ,

ମୁଁ ସିନା ଶୁଏ ତୋ କୋଳ ଦୋଳିରେ,

ତୁ ଶୋଉ ପା ମୋ ତଳିପାଦ ପରେ,

ତୁ ଯେବେ ଉଠୁ ମୋ ବାହୁନା ଶୁଣି,

କୋଳେଇ ନେଉ ଯେ କେତେ,ତତେ ମୁଁ ଜାଣିଛି ସେତେ,

ତୁ ସିନା ଶୋଉ ମାଟି ଅଗଣାରେ,

ମୁଁ ଶୁଏ ତୋ ଗଳା ମାଳିରେ,

ତୁ ଦେଲେ ମାଖି ତୋ ଅଙ୍ଗ ସୌଷ୍ଠବ,

ମୁଁ ପରା ଶୋଷିଛି ତତେ,

ସେତେ ମୁଁ ଜାଣିଛି ତତେ,କହି କି ପାରିଵି ସତେ?

ତତେ ମୁଁ ଚିହିଁଚି କେତେ?

ତତେ ମୁଁ ଜାଣିଛି କେତେ? କହିକି ପାରିବି ସତେ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational