STORYMIRROR

Sudesna Swain

Inspirational

3  

Sudesna Swain

Inspirational

ମଧୁର ପ୍ରତିଶୋଧ

ମଧୁର ପ୍ରତିଶୋଧ

1 min
185


ମଧୁର ପରାଣେ ହୃଦୟ ଚୁମିଲ 

ମଧୁ ପକ୍ଷୀ ପରି ମୋ 

ସର୍ବାଙ୍ଗ କୋଷେ ନୀଡ ରଚିଲ 

ମଧୁ ଲାଳସେ ପ୍ରେମର ଫାନ୍ଦେ 

ମୋତେ ଫସାଇଲ

ଆହା ପଦେ କହି ଆକୁଳ ଅନ୍ତରେ 

ସୁଗନ୍ଧିତ ପୁଷ୍ପେ 

ନିଜର ସୌନ୍ଦର୍ଯ୍ୟ ବିମଣ୍ଡିତ କଲ

ସୌନ୍ଦର୍ଯ୍ୟ କେବେ ସ୍ଥାଣୁ ନୁହଁଇ 

ଆଜି ଅଛି ସ୍ବେଦ କାଲି ପଡେ ଫିକା 

ଜୀବନ ମରୁପେ ଅହଂ କ୍ରୋଧାଭାବ 

ନାଟିକା ଲିଭିଲେ ସବୁ ହୁଏ ଏକା 

ତୁମର ମଧୁପ ପ୍ରତିଶୋଧ ସବୁ 

ଚଲାବାଟ ମୋର ହେଲା ପ୍ରତିବନ୍ଧ 

ଶୂନ୍ୟରେ ଦେଖିଲି ଅସୀମ ସପନ 

ଉଡିବା ଶିଖାଇ କାଟିଦେଲା ଡେଣା 

ଜଳ ଠାରୁ ବୃକ୍ଷ ଅଲଗା କରିଲ

ଦୁଃଖର କୋହକୁ ଲୋତକ କରାଇ 

ଶୂନ୍ୟପେ ବସି ନିଗାଡ଼ିଲ ବାରିଧାର 

ତୁମର ମଧୁପେ ପ୍ରତିଶୋଧେ ମୁଁ ଯେ 

ଅନ୍ଧ ହୋଇଣ 

ହରାଇଲି ମୋ ଠିକଣା 

ମିଥ୍ୟା ପ୍ରତିଶୋଧୁ ଅମୃତ ଭାବି 

ନିଜ ବିଶ୍ୱପେ ପାନକଲି 

ଆତୁରିତ କଣ୍ଠେ ମୋ ବିବେକ କୁହେ 

ମିଥ୍ୟା ପ୍ରଲୋହନ

ଯେ ଦୁରେଇ ଯାଅ 

ଜୀବନ ଦୀପକୁ ଜାଳିବା ପାଇଁ 

ଅନ୍ୟଥା ଘୃତକୁ ଆଶ୍ରୟ କଲି 

ଜାଣିନଥିଲି ଯେ ସ୍ୱାର୍ଥର ଘୃତ 

ଜୀବନ ଦୀପକୁ ମୋ 

କେଇଟା ସମୟେ 

ଲିଭାଇ ଦେବ 

ସ୍ୱପ୍ନର ନାୟକ ସାଜି ତୁ ଆସିଲୁ 

ଫିକା ଫଗୁଣରେ 

ସ୍ବେଦର ଛିଟା ଦେଇ 

ମୋତେ ସ୍ୱପ୍ନର ନାୟିକା କରି 

ଅଧବାଟେ ଛାଡ଼ିଚାଲିଲୁ 

ପ୍ରତିଶୋଧ ପରାୟଣା 

ହେବି ନାହିଁ କେବେ 

ମନଦେଇଥିଲି ଯେବେ 

ଭାଙ୍ଗି ପାରିବିନି କେବେ 

କ୍ଷୁଦ୍ର ପିମ୍ପୂଡ଼ିଟି ଚୁମିଦେଲେ ମତେ 

ଜର୍ଜରିତ ହୁଏ ମନ ତନୁ 

ତୋ ସ୍ୱାର୍ଥପର ପ୍ରତିଶୋଧ ସବୁ 

ଉତାରି ସାରିଛି 

ଏଇ ଛୋଟ ମନରୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational