ମଧୁର ପ୍ରତିଶୋଧ
ମଧୁର ପ୍ରତିଶୋଧ
ମଧୁର ପରାଣେ ହୃଦୟ ଚୁମିଲ
ମଧୁ ପକ୍ଷୀ ପରି ମୋ
ସର୍ବାଙ୍ଗ କୋଷେ ନୀଡ ରଚିଲ
ମଧୁ ଲାଳସେ ପ୍ରେମର ଫାନ୍ଦେ
ମୋତେ ଫସାଇଲ
ଆହା ପଦେ କହି ଆକୁଳ ଅନ୍ତରେ
ସୁଗନ୍ଧିତ ପୁଷ୍ପେ
ନିଜର ସୌନ୍ଦର୍ଯ୍ୟ ବିମଣ୍ଡିତ କଲ
ସୌନ୍ଦର୍ଯ୍ୟ କେବେ ସ୍ଥାଣୁ ନୁହଁଇ
ଆଜି ଅଛି ସ୍ବେଦ କାଲି ପଡେ ଫିକା
ଜୀବନ ମରୁପେ ଅହଂ କ୍ରୋଧାଭାବ
ନାଟିକା ଲିଭିଲେ ସବୁ ହୁଏ ଏକା
ତୁମର ମଧୁପ ପ୍ରତିଶୋଧ ସବୁ
ଚଲାବାଟ ମୋର ହେଲା ପ୍ରତିବନ୍ଧ
ଶୂନ୍ୟରେ ଦେଖିଲି ଅସୀମ ସପନ
ଉଡିବା ଶିଖାଇ କାଟିଦେଲା ଡେଣା
ଜଳ ଠାରୁ ବୃକ୍ଷ ଅଲଗା କରିଲ
ଦୁଃଖର କୋହକୁ ଲୋତକ କରାଇ
ଶୂନ୍ୟପେ ବସି ନିଗାଡ଼ିଲ ବାରିଧାର
ତୁମର ମଧୁପେ ପ୍ରତିଶୋଧେ ମୁଁ ଯେ
ଅନ୍ଧ ହୋଇଣ
ହରାଇଲି ମୋ ଠିକଣା
ମିଥ୍ୟା ପ୍ରତିଶୋଧୁ ଅମୃତ ଭାବି
ନିଜ ବିଶ୍ୱପେ ପାନକଲି
ଆତୁରିତ କଣ୍ଠେ ମୋ ବିବେକ କୁହେ
ମିଥ୍ୟା ପ୍ରଲୋହନ
ଯେ ଦୁରେଇ ଯାଅ
ଜୀବନ ଦୀପକୁ ଜାଳିବା ପାଇଁ
ଅନ୍ୟଥା ଘୃତକୁ ଆଶ୍ରୟ କଲି
ଜାଣିନଥିଲି ଯେ ସ୍ୱାର୍ଥର ଘୃତ
ଜୀବନ ଦୀପକୁ ମୋ
କେଇଟା ସମୟେ
ଲିଭାଇ ଦେବ
ସ୍ୱପ୍ନର ନାୟକ ସାଜି ତୁ ଆସିଲୁ
ଫିକା ଫଗୁଣରେ
ସ୍ବେଦର ଛିଟା ଦେଇ
ମୋତେ ସ୍ୱପ୍ନର ନାୟିକା କରି
ଅଧବାଟେ ଛାଡ଼ିଚାଲିଲୁ
ପ୍ରତିଶୋଧ ପରାୟଣା
ହେବି ନାହିଁ କେବେ
ମନଦେଇଥିଲି ଯେବେ
ଭାଙ୍ଗି ପାରିବିନି କେବେ
କ୍ଷୁଦ୍ର ପିମ୍ପୂଡ଼ିଟି ଚୁମିଦେଲେ ମତେ
ଜର୍ଜରିତ ହୁଏ ମନ ତନୁ
ତୋ ସ୍ୱାର୍ଥପର ପ୍ରତିଶୋଧ ସବୁ
ଉତାରି ସାରିଛି
ଏଇ ଛୋଟ ମନରୁ ।
