ମାଆ
ମାଆ
ମମତ।ମୟୀ ମାଆ ଗୋ ତୁମେ
ଜନମ ଦେଲ ମୋତେ
ତୁମ ଆଦରେ ବଢିଲି ମୁଁ ଯେ
ସରଗ ଚାନ୍ଦ ସତେ ।।
ଭଲ ଲାଗୁଥିଲା ତୁମରି କୋଳ
କାହିଁ ଯେ ଗଲ ଚାଲି
ତୁମକୁ ଖୋଜି ଦିନତ ଗଲା
ହୃଦୟ ଦେଖା ଖୋଲି ।।
ଅଫେରା ବାଟ ଚାଲିଯାଇଛ
ଲୋକେ କୁହନ୍ତି ମୋତେ
ଫେରିବନି କି ଆଉ କି ଦିନେ
ସେହି ବାଟରୁ ସତେ ।।
ତୁମ ପଣତ କାନିକୁ ଖୋଜେ
ମୁହଁ ପୋଛିବା ପାଇଁ
ହେଲେ କେବେ ତ ପାଉନି ଦେଖା
ଆଖିରେ ନିଦ ନାହିଁ ।।
ନୂଆ ମାଆ ତ ମିଳିବି ଗଲା
ହେଲେ ମିଳେନି ସ୍ନେହ
ଲୋକ ଦେଖିଲେ ଗେଲ ତ କରେ
&
nbsp;ପୋଛେନା ଆଖି ଲୁହ ।।
ନେଇଥଲେ ସଂଗେ କଅଣ ହୁଅନ୍ତା
ଛାଡି ଗଲ କିଆଁ ଏଠି
ଜିଦି କରିବିନି କଥା ବି ମାନିବି
କରିବି ସେଇଠି ବେଠି ।।
ପାଠ ପଢ଼ାରେ ମନ ଲାଗୁନି
ବହିରେ ମୁହଁ ତୋ ଦିଶେ
କାହାକୁ କହିବି ମନର କୋହକୁ
ଜୀବନ ଦେବି ଶେଷେ ।।।
ମାଆ ମାଆ ବୋଲି କେତେ ମୁଁ ଡାକିଲି
ମାଆ ତ ଶୁଣିଲା ନାହିଁ
ଜଗତ ଯାକର ସେନେହ ଶରଧା
ଆଉ କି ପାଇବି ମୁହିଁ ।।
ହେ କଳ। ଠାକୁର ଫେରା ମୋ ମାଆକୁ
ଖୋଜୁନି ଖେଳନା କିଛି
ମୋ ଆଖି ଝୁରୁଛି ମାଆର ପରଶ
ନ ହେଲେ କରିବି ଛି ଛି ।।।