କାରୁବାକୀ
କାରୁବାକୀ
ଯେଉଁ ରାଇଜରେ ଜଗତ ଠାକୁର
ଜଗନ୍ନାଥ ନିଜେ ବିଜେ,
ସେଇ ଯେ କଳିଙ୍ଗ ସେଇ ଯେ ଉତ୍କଳ
ଓଡିଶା ନାମେ ବିରାଜେ |
ମନ୍ଦିର ମାଳିନୀ ଜଗତ ମୋହିନୀ
ସଂସ୍କୃତି ଯାହାର ଉଚ୍ଚ,
ବିଶ୍ୱେ ମହକାଇ ଅମଳିନ କୀର୍ତ୍ତି
କରୁଛି ସେ ପ୍ରଲୋଭିତ |
ଇତିହାସ ଗାଏ ତାର ବୀର ଗାଥା
ସରଗଠୁ ଶୌର୍ଯ୍ୟଭରା,
କଳିଙ୍ଗ ଯୁଦ୍ଧରେ ରକତେ ଲୋହିତ
ଦୟା ନଦୀ ନୀଳ ଧାରା |
କଳିଙ୍ଗ କୁମାରୀ ନାମ କାରୁବାକୀ
ରଣlଙ୍ଗନେ ଅବତୀର୍ଣ୍ଣ|,
ବୀରlଙ୍ଗନା ସିଏ ଅଶ୍ୱେ ଛୁଟୁଥିଲେ
ଅସୀମ ଅସି ଚାଳନା |
ସୁନ୍ଦରୀ ପଣରେ ଜଗତଜିତା ସେ
ହସ୍ୟମୟୀ ଲାସ୍ୟମୟୀ,
ମଗଧ ନରେଶ ଅଶୋକ ଚାହିଁଲେ
ରାଣୀ କରି ନେବା ପାଇଁ |
ମୁଗ୍ଧ ନୟନେ ଅଶୋକଙ୍କ ପାଶେ
କାରୁବାକୀ ସର୍ତ୍ତ କଲେ,
ଯୁଦ୍ଧ ଅବସlନେ ବିବାହ ସମ୍ଭବ
ଅସମ୍ଭବ ବାର୍ତ୍ତା ଦେଲେ |
ପ୍ରେମେ ପ୍ରଲୋଭିତ ହୋଇ ନଥିଲେ ସେ
ହେବାକୁ ମଗଧ ରାଣୀ,
କଳିଙ୍ଗ ସେନାଙ୍କ ଜୀବନ ପାଇଁ ଯେ
ଥିଲା ତାଙ୍କ ଏହି ବାଣୀ |
ଧନ୍ୟ କାରୁବାକୀ କଳିଙ୍ଗ ରମଣୀ
ଧନ୍ୟ ତୁମ ବୀର ଗାଥା,
ଯୁଦ୍ଧ ଅବସlନେ ବରିଲ ଅଶୋକେ
ଶାନ୍ତ ହେଲା ମନ ବ୍ୟଥା |
କଳିଙ୍ଗ ଯୁଦ୍ଧରୁ ତୁମଯୋଗୁ ଶିକ୍ଷା
ପାଇଥିଲେ ଚଣ୍ଡାଶୋକ,
ବୌଦ୍ଧ ଧର୍ମ ଗ୍ରହୀ ବିଶ୍ୱ ମନମୋହି
ହେଲେ ସିଏ ଧର୍ମlଶୋକ |
ତରବାରୀ ଯୁଦ୍ଧ ବିଜୟ ଆଣିଲେ
ନୁହେଁ ସେ ବିଜୟ ଗାଥା,
ଏ କଥା ଵୁଝି ସେ ବିଶ୍ୱେ ଦେଇଗଲେ
ବୁଦ୍ଧଙ୍କ ଶାନ୍ତିର ବାର୍ତ୍ତା |
ମଣିଷ ମନକୁ ଜିତି ହୁଏ ସିନା
ହୃଦୟୁ ମମତା ଢାଳି,
କାରୁବାକୀ ରାଣୀ ଶିଖାଇ ଦେଲେ ଯେ
ପ୍ରୀତିର ପୀୟୂଷ ବୋଳି |
କଳିଙ୍ଗର ଏଇ ଯୁଦ୍ଧ ପ୍ରେମ ଗାଥା
ମନେ ଭରେ ପୁଲକତା,
ସୁବର୍ଣ୍ଣ ଐତିହ୍ୟ ଗରଭେ ଧରିଛି
କେତେ ଯେ ଓଡିଶା ମାତା |