STORYMIRROR

Rajesh Pattanaik

Inspirational

3  

Rajesh Pattanaik

Inspirational

ଜୀବନ ଏକ ନାଟକ

ଜୀବନ ଏକ ନାଟକ

1 min
250



 ଜୀବନ ଏକ ରଙ୍ଗମଞ୍ଚ ଯଦି

  ସମସ୍ତେ ଏଠି କଳାକାର

ଅଭିନୟ କରିବାକୁ ଆସନ୍ତି ସମସ୍ତେ

   ଭିନ୍ନ ଭିନ୍ନ ରଙ୍ଗ ବୋଳି ।


ସମସ୍ତେ ଏଠି ନିଚ୍ଛକ କଳାକାର

  ହେଇପାରେ କ୍ଷଣସ୍ଥାୟୀ

ହେଇପାରେ ବି ଲମ୍ବା ରିଲ୍ ନାଟକ

  କିଛି ନୁହେଁ ଏଠି ସ୍ଥାୟୀ ।


ଅଭିନୟ କରୁ କରୁ ସରିଯାଏ

  କେବେ ତୁମର ବା ରୋଲ୍ 

ଆଉ କେବେ ଲମ୍ବା ଅଭିନୟ କର

  ଦୁନିଆଁଟା ସତେ ଅବା ଗୋଲ୍ ।


ବାପା ମାଆ ଭାଇ ଭଉଣୀ ସବୁତ

  ଗୋଟିଏ

ଗୋଟିଏ ଅଭିନେତା

ସ୍ତ୍ରୀ ଭାଉଜ ପ୍ରେମିକ ପୁଅ ଝିଅ

  ସମସ୍ତଙ୍କର ଥାଏ ଏଠି ସତ୍ତା ।


ଜୀବନ ନାଟକ ବି ସାରିଯାଏ

  ସମୟର ଗତିପଥରେ

ଇତିହାସ ଲେଖିଯାଏ କିଏ ଆଉ

  ମିଶିଯାଏ ମାଟିରେ ।


ଜୀବନ ନାଟକ ହାରିଯାଇ ଯେବେ

  ଅବିଶ୍ୱାସର ସେତୁ ବାନ୍ଧେ

ସେତେବେଳେ ସରିଯାଏ ନାଟକ

  ଜୀବନଟା ବି ଗନ୍ଧେ ।


କଳାକାର ବଦଳିଯାଏ ରଂଗମଂଚରେ

  ହେଲେ ଅଭିନୟ ଜାରିରହେ

ଯୁଗ ଆଉ ଯୁଗ ଏମିତି ଚାଲିଥିବ

  ଏହା କେବେ ମିଥ୍ୟା ନୁହେଁ  ।


Rate this content
Log in

Similar oriya poem from Inspirational