STORYMIRROR

Gangotri Priyadarshini

Inspirational

3  

Gangotri Priyadarshini

Inspirational

କରୁଣା ଟିକିଏ ରଖ

କରୁଣା ଟିକିଏ ରଖ

1 min
147


ପ୍ରଭୁ ହେ କରୁଣା ଟିକିଏ ରଖ

ତୁମ ଦୟା ବିନା ଏ ଭବ ସାଗରେ

ଏ ଅକିଞ୍ଚନ ଜନ ହୋଇଯିବ ସତେ ନିରେଖ

ପ୍ରଭୁ ହେ କରୁଣା ଟିକିଏ ରଖ ।।


ଲୋଭ ମୋହ ମାୟା ବନ୍ଧନୁ ମୁକତି

ହେଉ ମୋର ଏ ଜୀବନ

ଥାଉ କି ନ ଥାଉ ମାେ ପାଖରେ କିଛି  

ହୃଦୟେ ମୋହର ସର୍ବଦା ଥାଉ ଭକତି ।।


ସ୍ନେହ ପ୍ରେମ ସତ୍ୟ ଚିରକାଳ ରହୁ

ସନମାନ ମିଳୁ ଗୁରୁ ଗୁରୁଜନେ

ବିଶ୍ଵ ପ୍ରେମରେ ମହକୁ ଏ ଧରା

ଶାନ୍ତିର ମଳୟ ସର୍ବତ୍ର ସଂସାରେ ବହୁ ।।


ପରୋପକାର ଭାଵନା ହୃଦୟେ କନ୍ଦରେ

ହିଂସା ଜୀବନରୁ ଦୂରେଇ ଯାଉ

ସମଭାବାପନ୍ନ ସଭିଏଁ ହୁଅନ୍ତୁ

ସମ୍ପର୍କ ମହତ୍ତ୍ୱ ସଞ୍ଚରି ଯାଉ ରକ୍ତଧାରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational