STORYMIRROR

Rajesh Pattanaik

Inspirational

3  

Rajesh Pattanaik

Inspirational

ବନ୍ଧୁ ହେବ

ବନ୍ଧୁ ହେବ

1 min
249



ଦୁଃଖୀଙ୍କୁ ଦେଖିଲେ ଝରାଇବା ଲୁହ

  ରୋଗୀକୁ ଦେଖିଲେ ମନେ

ଗୋପବନ୍ଧୁ ଭଳି ସେବା ମନୋଭାବ

   କରୁଥିବ। ତ ତକ୍ଷଣେ ।।


  ବନ୍ଧୁ ହେବ ଯଦି ବିପଦ ସମୟେ

    ନ ହେଲେ କି ଦରକାର

 ସମ୍ପଦ ସମୟେ ସମସ୍ତେ ମିଳନ୍ତି

   ଜୀବନଟା ଛାରଖାର  ।।


ବିପଦ ସମୟ ଆସିଛି ଜଗତେ

  ଆସ ଦେଖାଇବା ବଳ

ଦୀନ ଦରିଦ୍ରଙ୍କୁ କରିବା ସାହାଯ୍ୟ

  ପାଇବା ପୂଣ୍ୟର ଫଳ ।।


ବିପଦର ବନ୍ଧୁ ସାଜି ତ ପାରିବା

  ବିପଦ ବେଳରେ ଆଜି

ସଂସାର ଭାସୁଛି ଦୁଃଖର ସାଗରେ

   ଜୀବନ ଲାଗିଛି ବାଜି ।।


ସମୟର ଡାକ ସିପାହୀ ସାଜିବା

  ସାହାଯ୍ୟର ହାତ ଦେଇ 

ବିପଦର ବନ୍ଧୁ ହେବାକୁ ପଡିବ

  ନିଜ ଦୁଃଖ ଭୁଲି ଯାଇ ।।


Rate this content
Log in

Similar oriya poem from Inspirational