STORYMIRROR

Kalandi pal

Inspirational

3  

Kalandi pal

Inspirational

ମନା ବଡଦାଣ୍ଡ

ମନା ବଡଦାଣ୍ଡ

1 min
183


ମନା ବଡଦାଣ୍ଡ ମନା ତୋ ମନ୍ଦିର

     ମନା ତୋ ସିଂହ ଦୁଆର.

କେମିତି ଦେଖିବି ନନ୍ଦିଘୋଷେ ତୋତେ

     ଭାବି ଦିନ ଯାଏ ମୋର.

ପ୍ରଭୁ, କାହିଁକି କଲୁ ଅନ୍ତର. l0l


ତୁମେ ନନ୍ଦିଘୋଷେ ଆସିବ ହରଷେ

     ସେବକେ ଟାଣିବେ ରଥ.

ଯାଇପାରିବିନି ଏରୁଣ୍ଡି ଡେଇଁ ମୁଁ

     ପଥ କି ହେଲା ଅପଥ.

ଏରୁଣ୍ଡି ଭିତରେ ଧ୍ୟାୟୀ ନିରନ୍ତରେ

     ଦୁଃଖେ କାଟି ଦିନ ମୋର. l1l


ବରଷକେ ଥରେ ରଥ ଯାତରାରେ

     କେତେ ପାପି ତାରୁ ଥିଲୁ.

ପାପ ଭାରା କଣ ହେଲା କେତେ ଗୁଣ

     ଭକତେ ବିମୁଖ ହେଲୁ.

ରୋଷେ ତୁ କିଳିଲୁ ଚାରି ଦ୍ୱାର ତୋର

     ଜଗତ କଲୁ ଅନ୍ତର . l2l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational