ମନା ବଡଦାଣ୍ଡ
ମନା ବଡଦାଣ୍ଡ
ମନା ବଡଦାଣ୍ଡ ମନା ତୋ ମନ୍ଦିର
ମନା ତୋ ସିଂହ ଦୁଆର.
କେମିତି ଦେଖିବି ନନ୍ଦିଘୋଷେ ତୋତେ
ଭାବି ଦିନ ଯାଏ ମୋର.
ପ୍ରଭୁ, କାହିଁକି କଲୁ ଅନ୍ତର. l0l
ତୁମେ ନନ୍ଦିଘୋଷେ ଆସିବ ହରଷେ
ସେବକେ ଟାଣିବେ ରଥ.
ଯାଇପାରିବିନି ଏରୁଣ୍ଡି ଡେଇଁ ମୁଁ
ପଥ କି ହେଲା ଅପଥ.
ଏରୁଣ୍ଡି ଭିତରେ ଧ୍ୟାୟୀ ନିରନ୍ତରେ
ଦୁଃଖେ କାଟି ଦିନ ମୋର. l1l
ବରଷକେ ଥରେ ରଥ ଯାତରାରେ
କେତେ ପାପି ତାରୁ ଥିଲୁ.
ପାପ ଭାରା କଣ ହେଲା କେତେ ଗୁଣ
ଭକତେ ବିମୁଖ ହେଲୁ.
ରୋଷେ ତୁ କିଳିଲୁ ଚାରି ଦ୍ୱାର ତୋର
ଜଗତ କଲୁ ଅନ୍ତର . l2l