କହ ହେ ଗୋସେଇଁ
କହ ହେ ଗୋସେଇଁ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
କହ ହେ ଗୋସେଇଁ ଆସିବକି ନାହିଁ
ବଡଦାଣ୍ଡେ ରଥ ନେଇ.
ଗଲା ସନ ପରି ନ କର ଗୋସେଇଁ
ଆଉ ଦୁଃଖ ଦିଅ ନାହିଁ.
ପ୍ରଭୁ, ତୁମେ ତ ଜଗତ ସାଇଁ. l0l
ନନ୍ଦିଘୋଷ ବଡଦାଣ୍ଡେ ଗଲା ସନ
ଗଡ଼ିଲା ଭକତ ବିନା.
ଭକତେ ପାଆନ୍ତି ତୋର ପରାଭଵ
ମନରୁ ଯାଏ ଯାତନା.
ମନରେ ରହିଲା ଆଶା ଅସୁମାରୀ
କପଟ ଆଉ କରନି. l1l
ଏ ସନ ଡାକିବୁ ଭକତେ ତୋହର
ତୋତେ ଭକତର ରାଣ.
ନୋହିଲେ ଜୀବନ ଜଡ଼ ପାଲଟିବ
ଦେହେ ନ ଥିବ ପରାଣ.
ଭକତ ଭାବରେ ବନ୍ଧା ହେ ଗୋସେଇଁ
ନିରାଶ କରିବୁ ନାହିଁ. l2l