Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Akshayakumar Dash

Inspirational

3  

Akshayakumar Dash

Inspirational

ଅଭିନୟ

ଅଭିନୟ

1 min
166


ଗୋଟିଏ ରଙ୍ଗମଞ୍ଚ

କୋଟି କୋଟି କଳାକାର

 ନେତା ଜନତାଙ୍କୁ କଥାରେ ଭୂତାଏ

କର୍ମଚାରୀ ଲାଞ୍ଚ ନେଇ ଧରାପଡ଼େ

ବିଚରା କୃଷକଟି

ଖଟି ଖଟି ପେଟ ପୁରେ ନାହିଁ

ତା ହାତକୁ ସମସ୍ତେ ଭରସା

ବ୍ୟବସାୟୀ ମିଲାବଟା 

ଭେଜାଲ ଗୋଦାମଘରେ

ତୈଳ ଆଉ ଡାଲି ବସ୍ତା

ମୂଷା ଚରି ଖାଏ ।

ଦିନ ଦିପହରେ ବଳତ୍କାର

ନାରୀର ବିକଳ କ୍ରନ୍ଦନ

ଶିଶୁ ଧରି ମାଆର ପଣତକାଣି

ବରା ମାଗେ ପେଟ ପୁରେ ନାହିଁ

ଚିକିତ୍ସକ ସାମ୍ପୁଲ ଔଷଧ ଗଦା ଗଦା

ପୋତି ଦିଏ ମାଟି ତଳେ

କମ୍ପାନୀକୁ ଲାଭଦେଇ 

ବକ୍ସିସ ରୂପେ ଜାନ ପାଏ ।

କେତେ କଷ୍ଟ ସହି ସୈନିକଟି

ଜଗିଥାଏ ପ୍ରବେଶ ପଥକୁ

ପୋଲିସବାଲା ବଟି ନେଇ

ଛାଡିଦିଏ ଚୋରକୁ 

 ପୃଥିବୀକୁ ଏ କଳାକାର ମାନେ

ନିଲାମ କରନ୍ତି ମାଟିକୁ

ଜଙ୍ଗଲରୁ ଗଛ କାଟି 

କଲକରଖାନା ଗଢନ୍ତି

ଆମ ଯୁବକ ନିଯୁକ୍ତି ନପାଇ

ବାହାରି ଯାଆନ୍ତି ଗାଆଁ ଛାଡ଼ି ବିଦେଶ

ଝିଅଟି ପାଠ ପଢି ଭାଗ୍ୟକୁ ଦୋଷ ଦିଏ

ଯୌତୁକ ନେବାକୁ ହାତ ପତାଏ ବର ବାପ ।

କବି ଗୋଡାଏ ପୁରସ୍କାର ପଛରେ

ପତ୍ରିକାର ସମ୍ପାଦକ ଲଫାପା ଭିତରୁ

ଲେଖା ସାଙ୍ଗେ ଟଙ୍କା ଖୋଜେ

ରସିକ ଢ଼ିପା ମାଷ୍ଟ୍ରେ ମୋଦକ ଖାଇ

ବୁଢା ବଅସରେ କେଳି କରନ୍ତି 

କଦମ୍ବ ଛାଇର ଆସରରେ 

ଝୁଲା ଗଲେଇ ବିଶିଷ୍ଟ ଲେଖକ ମାନ୍ୟତା ପାଇଁ

ଲବି କରନ୍ତି ଏକାଡେମୀରେ ।

କେତେକ ଶିକ୍ଷକ ଅଧ୍ୟାପକ ଅଧ୍ୟକ୍ଷ 

ମାସ ଶେଷରେ ମୋଟା ଅଙ୍କ ପାଇ

ଜମା କରନ୍ତି ବ୍ୟାଙ୍କରେ 

 ଗୁରୁ ବୋଲି ସମାଜରେ ଖାତିରି ମାରନ୍ତ

 ଟିଉସନ କରନ୍ତି ଘରେ

ଶିକ୍ଷାଳୟରେ ଢୋଲାନ୍ତି 

ଶ୍ରମିକ କି ଗୋତି ଖଟୁଥିବା ଵାଲା

କାମବେଳେ ମୋବାଇଲ ରେ ଗପନ୍ତି

 ବଂଧୁ ମହାନ୍ତିଙ୍କ ଟାଉଟରୀ କଥା

ପଣ୍ଡିତେଙ୍କ ସଂସ୍କୃତ ଶ୍ଳୋକ

ପଣ୍ଡାଙ୍କ ବେତ ମାଡ଼

ପୁରୋହିତଙ୍କ ଶ୍ରଦ୍ଧା ଟଙ୍କାରେ 

ମୋଟା ଅଙ୍କ ଦେଇ କିଣାବିକା ଭୂମି

ସବୁଯେମିତି ବିଗିଡି ଯାଇଛି ପରିବେଶ

ହଟିଯାଇଛି ବିଶ୍ୱାସ

ଦର୍ଶକ କୁହନ୍ତି ଘୋର କଳିକାର

ମୁକ୍ତ ରଙ୍ଗମଞ୍ଚରେ କୋଟି କୋଟି

ଜନତାଙ୍କ ଆଗରେ 

ଅଭିନୟ ଚାଲିଛି 

କିଏ ବି ମରୁ ମରୁ ବଚିଛି

ଧର୍ମ କି ତାର ସତକର୍ମ ପାଇଁ

ଟିକିଏ ଶ୍ରଦ୍ଧା ପାଇଁ

ଶାନ୍ତି ଖୋଜୁଛି ।



Rate this content
Log in