STORYMIRROR

Rajesh Pattanaik

Inspirational

3  

Rajesh Pattanaik

Inspirational

ଆଜିର ଦୁନିଆଁ

ଆଜିର ଦୁନିଆଁ

1 min
169



ମୋ ଜୀବନ ପଛେ ନର୍କେ ପଡ଼ିଥାଉ 

   ଜଗତ ଉଦ୍ଧାର ହେଉ

ସନ୍ଥ ଭୀମ ଭୋଇ ବୋଲନ୍ତି ବଚନ

   ସଂସାରୁ ଦୁଃଖ ଯେ ଯାଉ  ।


ଆଜିର ଦୁନିଆଁ ସ୍ୱାର୍ଥପର ହେଲା

   ନାହିଁ ଚିନ୍ତା କାହା ପାଇଁ 

ନିଜ ସ୍ଵାର୍ଥ ପାଇଁ ସବୁ କରିପାରେ 

  ପର ପାଇଁ ଭାବେ ନାହିଁ ।


ସମୟ ଯାଇଛି ପରର ମଙ୍ଗଳ

  ଚିନ୍ତା ବି କରିବ କିଏ 

ନିଜ ପାଇଁ ଖାଲି ହନ୍ତସନ୍ତ ହେଲା

  ଧନୀ ବି ଦରିଦ୍ର ରୁହେ ।


ଆଜିର ଦୁନିଆଁ ଭାବିପାରେ ନାହିଁ

 &

nbsp; ଜଗତ ଉଦ୍ଧ।ର ପାଇଁ

ନର୍କେ ପଡୁ ପଛେ ଜଗତ ଆମର

  ଦୀନ ସେବା ଦେଖା ନାହିଁ ।


ମଣିଷ ଜୀବନ ଦୁଇ ଦିନ ପାଇଁ

   ତଥାପି କରୁଛି ଲୋଭ

ଅନ୍ୟାୟ ଅଧର୍ମ କରିଥାଏ ସଦା

  ମନେ ନାହିଁ ପାପ କ୍ଷୋଭ ।


ଗୋପବନ୍ଧୁ ଭଳି ନାହିଁ ମନୋଭାବ

  ଦେବା ସ୍ୱାର୍ଥ ଜଳାଞ୍ଜଳି

ଆଜିର ଦୁନିଆଁ ପର ତଂଟି ଚିପି

   ଦେବେ ଜଗତକୁ ବଳି ।


ଚରିତ୍ର ଗଠନ ଆଜିର ଜଗତେ

  ଦେଖିବାକୁ ମିଳେନାହିଁ

ଆଶାର ଆଲୋକ ଜାଳିବାକୁ ହେବ

   ମଣିଷ ପଣିଆ ପାଇଁ  ।


Rate this content
Log in

Similar oriya poem from Inspirational