Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharati Bhusan Das

Inspirational

3  

Bharati Bhusan Das

Inspirational

ସଦା ନମସ୍ୟ

ସଦା ନମସ୍ୟ

1 min
157



ଗୁରୁ ବ୍ରହ୍ମା ଗୁରୁ ଵିଷ୍ଣୁ

    ଗୁରୁଦେବ ମହେଶ୍ୱର

ଜ୍ଞାନଦାତା ମୁକ୍ତିଦାତା

    ଅଟନ୍ତି ପରମେଶ୍ୱର l

ନ ମଣିବ ନର ହୃଦେ

    ଗୁରୁ ସାକ୍ଷାତ ଈଶ୍ୱର

ଚରଣ ରେ ଚିତ୍ତ ଧ୍ୟାୟୀ

    ଶରଣ ଯିବା ପୟର l

ପ୍ରଜ୍ଞା ଦୀପ୍ତ ବଳେ ଗୁରୁ

    ଅଜ୍ଞାନ ନାଶନ୍ତି ଯେଣୁ 

ସଦଗୁରୁ ସମୀକ୍ଷା ରେ

     ବିଚାର କରନ୍ତି ଏଣୁ l

ଗୁରୁ ନୁହେଁ ଏକ ଶବ୍ଦ

    ଅଟଇ ଯେ ଆଲୋଡନ

ଶାସ୍ତ୍ର ଲିପିବଦ୍ଧ ଅଟେ

     ଜୀବନ ଯହୁଁ ମହାନ l

ଗୁରୁ ପଦ ସୁଧା ସମ

    ଅମୃତ ତୁଲ୍ୟ ବଚନ

ସେବି ତାଙ୍କ ପାଦ ତଳେ

    ଜୀବନ ହେବଟି ଧନ୍ୟ l

ଅକାଟ୍ୟ ନୁହଁଇ ବଚନ

     ସଦଗୁରୁ ଭାବନାରେ

କିମ୍ବଦନ୍ତୀ କଥା ସାର

    ଗୁରୁକୁଳ ଖସଡ଼ାରେ l



Rate this content
Log in

Similar oriya poem from Inspirational