Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nilamani Thapa

Inspirational Others

3  

Nilamani Thapa

Inspirational Others

ଗାଁରେ ଶୀତୁଆ ସକାଳ

ଗାଁରେ ଶୀତୁଆ ସକାଳ

1 min
199



କାର୍ତ୍ତିକ ,ପୁଷ ,ମାର୍ଗଶୀର ମାସେ

ଶୀତ ଋତୁ ରହିଥାଏ

କୁହୁଡି ଘେରର ଶିଶିର ରାତିକୁ

ଅଧିକ ଥଣ୍ଡା କରାଏ ।


ସଧାରଣ ଭାବେ ପଲ୍ଲୀ ବା ଗ୍ରାମରେ

ଗରିବଙ୍କ ବେଶି ବାସ

ଥଣ୍ଡା ରାତି ପାରି କରନ୍ତି ସେମାନେ

ଘୋଡି ହୋଇଥାନ୍ତି ହେଁସ ।


ସକାଳ ହୁଅଇ ନିଦୁ ଉଠିଯାଇ

ସୂର୍ଯ୍ୟ କିରଣ ପାଇଁ

ବସିଥାନ୍ତି ଲୋକ ମୁଖେ କମ୍ପନକୁ

ଓହୋ ଓହୋ ଓହୋ ହୋଇ ।


ଖରାମୁହଁ ଦେଖି ଜେଜେମା କୋଳରେ

ନାତୁଣୀଟା ବସିଥାଏ

ଏ ପଟରେ ଜେଜେବାପାଙ୍କ କୋଳରେ

ନାତି ଟୋକା ରହିଥାଏ ।


ନାତି ଓ ନାତୁଣୀ କୋଳ ଉଷୁମରେ

ଆରାମରେ ବସି ରହି

ଜେଜେବାପା ଆଉ ଜେଜେମା ସଙ୍ଗରେ

ଥାଆନ୍ତି ତ କଥା ହୋଇ ।


ଗାଁ ଦାଣ୍ଡେ ପଡି ଶିଶିରର ବିନ୍ଦୁ

ତଳ ଥଣ୍ଡା ଲାଗୁଥାଏ

କାଠି କୁଟା ଆଉ ମଇଳା ପତର

ସେ ସବୁ ଏକାଠି ହୁଏ ।


ସେଇ କାଠି କୁଟା ପତର ସବୁକୁ

ଥୋକେ ଲୋକ ଦେଇ ଜାଳି

ନିଆଁ ଚାରିପଟେ ପିଲା ଓ ପିଚିକା

ବସି ଯାଇଥାନ୍ତି ଘେରି ।


ସକାଳର ଏଇ ଶିତୁଆ ବେଳାଟି

ସୂରୁଜ କିରଣ ପାଇ

ଜନମାନସ କୁ ଆଶ୍ୱାସନା ମିଳେ

ଦିଅନ୍ତି ନିଆଁ ଲିଭାଇ ।






Rate this content
Log in

Similar oriya poem from Inspirational