ନମୋ ବୀଣାପାଣି
ନମୋ ବୀଣାପାଣି
ବିଦ୍ୟା ଦେବୀ ମାତା ଜ୍ଞାନ ଦେବୀ ମାତା
ବାଗ୍ ଦେବୀ ବୀଣାପାଣି
ହଂସ ବାହିନୀ ମା ପୁସ୍ତକ ଧାରିଣୀ
ଅଟ ବିଷ୍ଣୁ ପାଟରାଣୀ
ମାଲୋ ନମୋ ନମୋ ବୀଣାପାଣି ।0।
ତୁମ ଦୟା ବଳେ ମୂର୍ଖ ପଣ୍ଡିତରେ
ଗଣା ହୁଏ କାଳେ କାଳେ
କଣ୍ଠେ ବିଜେ କଲେ ଦିବ୍ୟ ବାଣୀ ସ୍ପୁରେ
ସଦା ଅଜ୍ଞାନୀ ଅଧରେ
ଶୁଭ୍ର ପରିହିତା ମଙ୍ଗଳ ବାରତା
ଦିଅ ପ୍ରତି ହୃଦେ ବୁଣି ।୧।
ବିଦ୍ୟାର ଭଣ୍ଡାର ଜ୍ଞାନର ଭଣ୍ଡାର
ବାଣୀର ଭଣ୍ଡାର ରାଣୀ
କବି କାଳିଦାସ ମହା ମୁନୀ ବ୍ୟାସ
ପରାଭବେ ମହାମାନି
ବିଦ୍ୟା ପ୍ରଦାୟନି ଜ୍ଞାନ ପ୍ରଦାୟନି
ତୁମେ ସୌଭାଗ୍ୟ ଦାୟିନୀ ।୨।