ଡୋରି ଲାଗୁ ନାହିଁ
ଡୋରି ଲାଗୁ ନାହିଁ
ଯାଇନାହିଁ କେବେ ଦ୍ୱାରକା ମାୟୀ
ଦେଖି ନାହିଁ ମୁଁ ଶିରିଡ଼ି ସାଇ
ମନ ହୁଏ ସାଇ ଦର୍ଶନ ପାଇଁ
ଡୋରି ମୋର ଶିରିଡ଼ି ଲାଗୁ ତ ନାହିଁ
ଶୁଣିଛି ଯିଏ ଥରେ ରଖିଛି ଶିରିଡ଼ି ରେ ପାଦ
ଦୁଃଖ ତାର ଦୂର ଯାଇଛି ହୋଇ
ମୋ ପରି ଦୁଃଖିତ କେହି ଯେ ନାହିଁ
ଡୋରି ମୋର ଶିରିଡ଼ି ଲାଗୁ ତ ନାହିଁ
ଯାଆନ୍ତି ଟିକିଏ ବାବାଙ୍କ ପାଖୁ
ଦୁଃଖ ଟିକେ ମୋର ଜଣାନ୍ତି ତାଙ୍କୁ
ମନ ରେ ରହିଛି ଅନେକ ପ୍ରଶ୍ନ
ବାବା ଙ୍କୁ ଦେଖିବା ମୋର ସ୍ୱପ୍ନ
ଯାଇ ତ ପାରୁନି ଜମା ତ ମୁହିଁ
ଡୋରି ମୋର ଶିରିଡି ଲାଗୁ ତ ନାହିଁ
ଏତିକି କରୁଣା କର କରୁଣାମୟ
ମୋ ପରି ଦୁଃଖୀକୁ ସହାୟ ହୁଅ
ଭୁଲ ଥିଲେ କ୍ଷମା କରି ମତେ ଦିଅ
ଡୋରି ଥରେ ବାବା ଲଗେଇ ଦିଅ
ସାଇ ସାଇ ସବୁ ବେଳେ ଡାକୁଛି ମୁହିଁ
ଡୋରି ମୋର ଶିରିଡ଼ି ଲାଗୁ ତ ନାହିଁ