STORYMIRROR

Abismita Mishra

Abstract

4  

Abismita Mishra

Abstract

ଓଁ ସାଇ ରାମ

ଓଁ ସାଇ ରାମ

1 min
413

ଦୁଃଖ ହରଣ କରିବା ଵାଲା ଜଦି

ଦୁଃଖ ହିଁ ଭରି ଦିଏ ..

ବାଆକୁ ଆଶ୍ରୟ ବାଇ ଚଢେଇ ଟା 

ଚୁପଚାପ ସହି ସହି ମରିଯାଏ ..l


ବର୍ଷ ବର୍ଷ ଧରି ଚାତକ ପକ୍ଷୀ ଟା

ବରଷା କୁ ଚାହିଁ ରହିଥାଏ ..

ସେଇ ବରଷା ଜଦି ଭରସା ଭାଙ୍ଗିଲା 

ନିରୀହ ଜୀବନ ଶୁଖି କି ଝଡି ଯାଏ ..l


ସବୁ ସ୍ୱାର୍ଥପର ବାବା ଏଇଠି ସବୁ ତ 

ସାଜିଲେ ବେଈମାନ ..

ବିଶ୍ୱାସ ରେ ବିଷ ଦେଇ ବହୁତ କରିଲେ ଅପମାନ ..

ହୃଦୟ ଟା ବିଚରା ଡହଳ ବିକଳ 

ହେଇ ଖୋଜୁଥିଲା ଟିକେ ପ୍ରେମ

ସେଇ ପ୍ରେମ ଟା ଦୁନିଆ ଆଗରେ 

କରି ଦେଲା ବଦନାମ ..l


ଯାହାଠୁ ଖୋଜିଲି ଆଶ୍ରୟ ଟିକେ 

ଖାଇଲି ଶକ୍ତ ଆଘାତ 

ବିଶ୍ୱାସି ମୋର ବନ୍ଧୁ ପରିଜନ 

ହୋଇଲେ ବିଶ୍ୱାସଘାତ ..l


ଭାଗ୍ୟଟା ମୋହର ଏତେ ଯେ ଖରାପ

ସବୁବେଳେ ବିଫଳତା 

ଯେତେ ପରିଶ୍ରମ କରେନା କାହଁକି 

ନାହିଁ ବୋଧେ ସଫଳତା ..l


କାହଁକି ଏମିତି କରୁଛ ପ୍ରଭୁ ହେ

କେବଳ ତୁମେ ଜାଣି ଥିବ..

ଯେତେ ପରୀକ୍ଷା ନିଅନା କାହଁକି 

ତୁମ ଭକ୍ତ କେବେ ହାର ନ ମାନିବ..l


ଚାଲୁ ଚାଲୁ ଜଦି ପଡି କେବେ ଯାଏ

ତୁମେ ପ୍ରଭୁ ଧରି ନେବ

ସେତେଦିନ ପର୍ଯ୍ୟନ୍ତ ବିଶ୍ୱାସ କରିବି 

ଯେତେ ଦିନ ଏ ଦେହ ର ଦୀପକ ନାମ 

ରେ ନିଶ୍ୱାସ ରୂପକ ସଳିତା 

ତୁମ ଭକ୍ତି ରେ ଜଳୁଥିବ..ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract