STORYMIRROR

Abismita Mishra

Classics Children

3  

Abismita Mishra

Classics Children

ମୋ ଜଗନ୍ନାଥ ଙ୍କ ପାଇଁ ଚିଠି ଟିଏ

ମୋ ଜଗନ୍ନାଥ ଙ୍କ ପାଇଁ ଚିଠି ଟିଏ

1 min
222

ମୋ ଜଗନ୍ନାଥ ଙ୍କ ପାଇଁ ଚିଠି ଟିଏ ..

ଜଣା ନାହିଁ ପ୍ରଭୁ କେବେ ଲାଗିବ ମୋ ଡୋରି 

ଦେଖିବି ରେ ତତେ ଚକାଡୋଳା ଯିବି ମୁ ପୁରୀ .

ସିଂହଦ୍ୱାର ରେ ଯେବେ ପାଦ ରଖିବି 

କାଳିଆ କାଳିଆ ତତେ ଡାକିବି ..

ଦୂରରୁ ଦେଖିଲେ ତୋ ବଡ ଦେଉଳ ନେତ

ଆଖିରୁ ଛୁଟିବ ମୋ ଲୁହ ର ସ୍ରୋତ ..

ବାଇଶି ପାହାଚେ ଟିକେ ବସିବି 

ତୋ ସାଥି ରେ ମନ କଥା ଟିକେ ଗପିବି ..

ବହୁତ ଦିନ ହେଲା ବସିଛି ଚାହିଁ 

କେବେ ତୋ ପାଖକୁ ଯିବି ରେ ଧାଇଁ ..

କେବେ ଡାକିବୁ ରେ ମୋ କାଳିଆ ସୁନା 

କେମିତି ବଞ୍ଚିବି ରେ ଧନ ତୋ ବିନା ..

ଲକ୍ଷ ଲକ୍ଷ ଲୋକ ଙ୍କୁ ଡାକୁଚୁ ପୁରୀ 

ମୁ କଣ ଏତେ ପାପୀ ରେ ମୋ ପାଇଁ ଲାଗୁନି ଡୋରି ..

କେହି ପୁରୀ ଗଲେ ଜଦି ଶୁଣୁଛି 

ମନ ମୋର କଣ ହେଇ ଯାଉଛି ..

ନାହିଁ ମୋ ପାଖରେ ଧନ ସମ୍ପତ୍ତି

ହୃଦୟ ରେ ମୋର ଖାଲି ଅଛି ରେ ବିଶ୍ୱାସ ଭକ୍ତି ..

ଗର୍ବ ଅହଂକାର ଲୋଭ ଛଳନା ନାହିଁ ରେ ମୋର

ତଥାପି ଦୁନିଆ ରେ ନିଜର ଲୋକ ହେଲେ ନିଷ୍ଠୁର 

ଯେ ଯାହା ପାରୁଛି ଯାଉଛି କହି 

ବିନା ଦୋଷ ରେ ନିନ୍ଦା ଅପମାନ ଯାଉଛି ସହି ...

ବିଶ୍ୱାସ ଅଛି କାଳିଆ ରେ ତୁ ସବୁ ଠିକ କରିବୁ

ମତେ ଦିନେ ତୁ ନ୍ୟାୟ ଯେ ଦେବୁ ..

ମନ ରେ ଅଛି ମୋ ଅନେକ କଥା 

ମୋ ମନ କଥା ତୁ ଟିକେ ଶୁଣିଥା..

ମୁ ସିନା ଯାଇ ପାରୁନି ପୁରୀ ଲାଗୁନି ଡୋରି 

ତୁ କେବେ ଆସିବୁ ପାଖକୁ ମୋର 

ତୋ ପାଇଁ କରିବି ସୁଆଦିଆ ମୁ କ୍ଷୀରି ..

ଅପେକ୍ଷା କରିଛି ବହୁ ଦିନରୁ 

ଆସିବୁ କେବେ କହ ରେ ଥରେ ..

ଲେଖୁଛି ତୋ ପାଇଁ ଚିଠି ଟିଏ 

ଅପେକ୍ଷା ରେ ରହିଲି ଆସିବୁ ରେ ଜଗା ଯେକୌଣସି ରୂପରେ 

ଥରୁଟିଏ ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics