Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Birakishore Nayak

Inspirational

3  

Birakishore Nayak

Inspirational

ପରମଶାସ୍ତ୍ର ଭାଗବତ

ପରମଶାସ୍ତ୍ର ଭାଗବତ

1 min
182


ହିନ୍ଦୁ ଧର୍ମଗ୍ରନ୍ଥ ଚତୁର୍ବେଦ ଅଟେ

  ଈଶ୍ୱରୀୟ ବାଣୀ ବୋଲି ପ୍ରମାଣ 

ବ୍ରାହ୍ମଜ୍ଞାନଠାରୁ ସୃଷ୍ଟିର ସମସ୍ତ

  ନିଗୁଢ଼ ତତ୍ୱର ବଳିଷ୍ଠ ଜ୍ଞାନ |


ଭାଗବତ ଅଟେ ମାନବୀୟ କୃତ

  ଶ୍ରେଷ୍ଠ ଧର୍ମଶାସ୍ତ୍ର ଭାବେ ବିଦିତ 

ବୈଦିକ ଜ୍ଞାନର ରସାମୃତ ଭାବେ

  ହିନ୍ଦୁ ଧର୍ମେ ହୁଏ ପରିଗଣିତ |


ମହାଋଷି ବ୍ୟାସ ସଂସ୍କୃତ ଭାଷାରେ

  ରଚିଥିଲେ ଏହି ପରମ ଶାସ୍ତ୍ର 

ସାରା ଭାରତରେ ଗ୍ରହଣୀୟ ହୁଏ

  ବ୍ରହ୍ମଜ୍ଞାନ ଭାବେ ଯେ ଭାଗବତ |


ମୂଳ ଭାଗବତେ ଲିଖିତ ବିଷୟ

  ଓଡ଼ିଆ ଭାଷାରେ ହେଲା ରଚିତ 

ରଚିଥିଲେ ଯିଏ ଶ୍ରୀକ୍ଷତ୍ରରେ ରହି

  ସେ ଅତିବଡ଼ି ଦାସ ଜଗନ୍ନାଥ |


କୃଷ୍ଣଙ୍କ ଚରିତ ସହ ବ୍ରହ୍ମଜ୍ଞାନେ

   ପରିପୂର୍ଣ୍ଣ ସେହି ପରମ ଶାସ୍ତ୍ର 

ପ୍ରତି ଓଡ଼ିଆର ହୃଦୟେ ଭକତି

  ଆଙ୍କି ଆସୁଛି ସେ ଆଜି ପର୍ଯ୍ୟନ୍ତ |


ପ୍ରତି ଗ୍ରାମେ ଗ୍ରାମେ ଆଜି ବି ରହିଛି

  ଭାଗବତ ଟୁଙ୍ଗି ପବିତ୍ର ସ୍ଥଳୀ  

ନିତି ସନ୍ଧ୍ୟା ବେଳେ ପଢ଼ାଯାଏ ସେଠି

  ଭାଗବତ ଗ୍ରନ୍ଥ ହୋଇ ମଣ୍ଡଳୀ |



Rate this content
Log in

Similar oriya poem from Inspirational