ମାଲୋ ସରସ୍ଵତୀ
ମାଲୋ ସରସ୍ଵତୀ
ଅଜ୍ଞାନ ଅନ୍ଧାର ଜ୍ୟୋତି
ମାଗୋ ସରସ୍ଵତୀ
ସପତ ବ୍ରହ୍ମାଣ୍ଡ ପତି
ଅଟନ୍ତି ଯା ପତି
ତୁମେ ବିଦ୍ୟାଦାତ୍ରୀ ତୁମେ ଜ୍ଞାନଦାତ୍ରୀ।0।
ଶୁଭ୍ର ପରିହିତା ମଙ୍ଗଳ ବାରତା
ଭରିଦିଅ ହୃଦେ ଶୁଦ୍ଧ ପବିତ୍ରତା
ଯା'ର ହସ୍ତ୍ ବୀଣା ଅଜ୍ଞାନୀକୁ ବଣା
କରିଦିଏ ଅଦା ଜ୍ଞାନୀରେ ନିପୁଣା
ବ୍ରହ୍ମା ଶଙ୍କରାଦି ଯାହାଙ୍କୁ ଧ୍ୟାୟନ୍ତି
ଜ୍ଞାନର ଭଣ୍ଡାର ମାଗୋ ସରସ୍ଵତୀ
ତୁମେ ବିଦ୍ୟାଦାତ୍ରୀ ତୁମେ ଜ୍ଞାନଦାତ୍ରୀ ।୧।
ରତ୍ନ ସିଂହାସନେ ସ୍ଵୟଂ ପରଂବ୍ରହ୍ମ
ବିଜେ କଲ ମାତ ହୋଇ ପ୍ରାଣଧନ
ସଦା ଆଶୀର୍ବାଦ ଦକ୍ଷିଣ ହସ୍ତରେ
ଶିରେ ଢାଳୁଛନ୍ତି ଆନନ୍ଦ ମନରେ
ସୌଭାଗ୍ୟବତୀ ମା ସଉଭାଗ୍ୟ ଦାତ୍ରି
ଅଜ୍ଞାନୀକୁ ଜ୍ଞାନ ଦିଅ ଦିବାରାତ୍ରି
ତୁମେ ବିଦ୍ୟାଦାତ୍ରୀ ତୁମେ ଜ୍ଞାନଦାତ୍ରୀ ।0।