STORYMIRROR

Kalandi pal

Inspirational

3  

Kalandi pal

Inspirational

ଗଉଡ଼ ପୁଅ ସଉକ

ଗଉଡ଼ ପୁଅ ସଉକ

1 min
190


ଆହା କି ସଉକ ଗଉଡ଼ ପୁଅର

    ଗୋରୁ ଚରାଇଲ ବନେ.

ବଂଶ ନାଶ କରି କଳିଯୁଗେ ତୁମେ

    ପୂଜା ପାଅ ଦାରୁବ୍ରହ୍ମେ.

ପ୍ରଭୁ, ବସି ରତ୍ନ ସିଂହାସନେ. l0l


କ୍ଷୀରି ଖେଚୁଡ଼ିରେ ଦଧି ଲବଣୀରେ

    ଭାସୁଥିଲା ଗୋପପୁର.

ଷାଠିଏ ପଉଟି ଅବଢ଼ା ମନ୍ଦିରେ

    ନିତି ମଣୋହି ତୁମର.

ପୁରୁଷ ଉତ୍ତମେ ଗୋପେ ଜନମିଲ

    ଏଠି ପ୍ରଭୁ ଦାରୁବ୍ରହ୍ମ. l1l


କେଳି କରୁଥିଲ ଗୋପିଗଣ ସଙ୍ଗେ

    ଯମୁନା କଦମ୍ବ ମୂଳେ.

ସାଗର କୂଳରେ ଭକ୍ତଗଣ ମେଳେ

    ଏଠି ତ ବଡଦେଉଳେ.

ବଡଦାଣ୍ଡେ ରଥଯାତ୍ରା ଭିଆଇଲ 

    ରାସକେଳି କୁଞ୍ଜବନେ. l2l

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational