STORYMIRROR

Pranati Jena

Inspirational Others

3  

Pranati Jena

Inspirational Others

ଇଶ୍ୱର

ଇଶ୍ୱର

1 min
202

ଦୁଃଖ, ସୁଖ ଦୁଇ ଆତ୍ମାର ଆତ୍ମଜ

   ଭିନ୍ନ ପରା ଅନୁଭବ,

ସୁଖରେ ବିଭୋର ଦୁଃଖରେ କାତର

    ହୃଦ ବ୍ରହ୍ମସ୍ଥାନେ ଶିବ।


ସବୁ ଦେଖୁଛନ୍ତି ସବୁ କରୁଛନ୍ତି

   ଇଚ୍ଛାରେ କର୍ମ ସାକାର,

ହାତ, ପାଦ ପରା ଚାଲେ ତାଙ୍କ ପାଇଁ

    ନିରାଟ ସେ ନିରାକାର ।


ନିଷ୍କାମ ଚେତନା ହୃଦୟର ସାଥି

    ଭାବଭିଜା ହୃଦ ନେଇ,

ଯେତେ ଝଡ଼, ମୋଡ଼ ଜୀବନ ରେ ଥାଇ

    ହୃଦ ଝୁରେ ଦିବା, ନିଶି ।


ତ୍ୟାଗ ଭରା ହେଉ ଆଦର୍ଶ ଜୀବନ

    ସ୍ୱାର୍ଥ ର ଜହର ଠାରୁ,

ନିଶବ୍ଦ ଶୂନ୍ୟତା ହୃଦୟ ପ୍ରାଙ୍ଗଣ

    ସ୍ପନ୍ଦନ ସେ ସମୟରୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational