STORYMIRROR

Kalandi pal

Inspirational

3  

Kalandi pal

Inspirational

ନବ ଦୁର୍ଗା

ନବ ଦୁର୍ଗା

1 min
234

ନମୋ ସିଂହ ବାହିନୀ ଜ୍ଞାନ ପ୍ରଦାୟିନୀ

ନବଦୁର୍ଗା ନବରାତ୍ରରେ ମୋହିନୀ.

ପ୍ରତିପଦା ରାତ୍ରି, ରୂପେ ଶୈଳପୁତ୍ରୀ

ଦ୍ଵିତୀୟା ତିଥିରେ ତୁ ବ୍ରହ୍ମଚାରିଣୀ.l0l


ଚନ୍ଦ୍ରଘଣ୍ଟା ନାମ୍ନୀ ମାତା ତୃତୀୟାରେ

ଦଶଭୁଜା ଅର୍ଦ୍ଧ ଚନ୍ଦ୍ର ତୋ ଭାଲରେ

କୁସ୍ମାଣ୍ଡା ଚତୁର୍ଥୀ, ତୁହି ବିଶ୍ୱକର୍ତ୍ତି

ଅଷ୍ଟ ଭୁଜା ତୁହି ବ୍ୟାଘ୍ର ବାହିନୀ. l1l


ପଞ୍ଚମୀ ତିଥିରେ ସ୍କନ୍ଦ ମାତା ନାମ୍ନୀ

ଚତୁର୍ଭୁଜା ମାତା ତୁ ସିଂହ ବାହିନୀ.

ବଧିଲ ମହିଷା, ଷଷ୍ଠ ତିଥି ନିଶା

ମୋହିନୀ ରୂପରେ ମାତା କାତ୍ୟାୟିନୀ. l2l


ତୁହି କାଳରାତ୍ରୀ ତୁହି ତ୍ରୟ ନେତ୍ରୀ

ସପ୍ତମୀ ରାତ୍ରିରେ ହୁଅ କାଳୀ ମୂର୍ତ୍ତି

ମହାଗୌରୀ ରୂପେ ନିଶିରେ ଅଷ୍ଟମୀ

ନବଦୁର୍ଗା ସିଦ୍ଧିଦାତ୍ରୀ ତ ନବମୀ. l3l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational