ମାମଙ୍କ ପାଇଁ ଜନ୍ମଦିନ ଶୁଭେଚ୍ଛା
ମାମଙ୍କ ପାଇଁ ଜନ୍ମଦିନ ଶୁଭେଚ୍ଛା
ଜାଣିଛ ସକାଳ!
ଏ ମାମ୍ ମୋ ପାଇଁ
ନିହାତି ଅଚିହ୍ନା ଅଜଣା ଋତୁଟିଏ ଥିଲେ
ଜଗତସିଂହପୁର ରେଭେନ୍ସା ପ୍ରଥମ
ବନ୍ଧୁମିଳନ ପର୍ବରେ
ୟାଙ୍କୁ ଜାଣିଲି ମାତ୍ର
ଚିହ୍ନିଲି କିନ୍ତୁ
ଫେସବୁକରୁ
ନିତ୍ୟ ଭେଟିଲି
ବିଭିନ୍ନ ରୋମାଞ୍ଚିତ ପ୍ରାକୃତିକ ଦୃଶ୍ୟ ଫୋଟୋରେ
ଚମତ୍କାର ମାନବୀୟ ମୂଲ୍ୟବୋଧ
ସାମାଜିକ ବିକଶିତ ଉନ୍ନତି ମୂଳକ
କାର୍ଯ୍ୟକ୍ରମ ସ୍ରୋତରେ ସାମିଲ
ଏଇ ନିଆରା ବ୍ୟକ୍ତିଙ୍କୁ
ଅନାଥ ଅସହାୟ ବନ୍ଧୁ ରୂପେ ଉଭା
ଆଶାର ଆଲୋକ ବୁଣନ୍ତି ଯେ
ନିରାଶା ମଣିଷଙ୍କ ଅନ୍ଧାରୀ ରାଇଜେ।
ୟାଙ୍କ ମନଛୁଆଁ ଲେଖା
ମୋତେ ମୋଠୁ ଛଡାଇ ନେଲା
ମୋ ଗଳ୍ପ ସଂକଳନ "ନିଶା"ର ସେ ଗୁଣମୁଗ୍ଧା
ପାଠକ ଜ
ାଣି
ମେଞ୍ଚେ ଖୁସି ନେସି ଦେଲା
ୟାଙ୍କ ବ୍ୟକ୍ତିତ୍ୱ ରଙ୍ଗ ମୋ ହୃଦୟ କାନ୍ଥରେ
ଚା ପ୍ରତି ମାତ୍ରାଧିକ ମୋ ରୁଚି ସହ ସମଭ୍ୟାସ
ଆବିଷ୍କାର କଲି
ୟାଙ୍କ 'କପେ ଚା 'କବିତାରେ।
ବାସ୍! ଏତିକି ଯଥେଷ୍ଟ ଥିଲା
ଏ ମାମ୍ ମୋ ହୃଦୟ ଭିତରେ ରହିବାକୁ।
ହେ ସମାଜ ସେବୀ!
ଆପଣଙ୍କ ଆୟୁଷ
ମୋ ଆୟୁଷ ନେଇଦ୍ବିଗୁଣିତ ହେଉ
ଆପଣ ଆଲୋକ ବୁଣନ୍ତୁ ସବୁରି ପ୍ରାଣେ
ନିରାଶ୍ରର ବନ୍ଧୁ ହେଉଥାନ୍ତୁ
ଖୁସି ଚଢେଇ ଆପଣଙ୍କ ସ୍କାଇ ଲାଇଟିରେ
ବସା ବାନ୍ଧୁ
ସୁସ୍ଥ ଶାନ୍ତି ଆନନ୍ଦ ଓ ସେବା ମନୋବୃତ୍ତି
ଜଗଡ଼ି ଧରନ୍ତୁ ପ୍ରେମିକ ପରି
ଇପ୍ସିତ ପଥ ସୁଗମ୍ୟ ହେଉ
ନୀଳଜହ୍ନ ଆପଣଙ୍କୁ
ସତ ନ୍ୟାୟର ସାରଥୀ କରନ୍ତୁ।