Ghanashyam Jena

Inspirational

3  

Ghanashyam Jena

Inspirational

ନୂଆଖାଇ

ନୂଆଖାଇ

1 min
211


 (ରାଗ - ଚୋଖି)

ଭାଦ୍ର ଶୁକ୍ଳ ପଞ୍ଚମୀରେ ଶୁଭ ଅମୃତ ବେଳାରେ

ନୂଆଖାଇ ପୁଣ୍ୟ ପର୍ବ ହୁଏ ପାଳିତ 

ମାଆ ସମଲେଇ ଠାର ନବାନ୍ନ ଭୋଗ ଶସ୍ୟର

ଅର୍ପଣ କରି ଥାଆନ୍ତି ହରଷ ଚିତ୍ତ।

ପଲ୍ଲୀ ପୁର ବାସୀ ସକଳ 

ନୂଆଖାଇ ପର୍ବ ପାଳନ୍ତି ଘରଘର।୧।


ନୂଆ ନୂଆ ବସ୍ତ୍ରମାନ ସର୍ବେ କରି ପରିଧାନ

ପ୍ରଣାମ କରନ୍ତି ଗୁରୁ ଜନ ଚରଣେ

ନିଆରା ଏ ପରମ୍ପରା ପଶ୍ଚିମ ଓଡ଼ିଶା ସାରା 

ଦିଅନ୍ତି ଭଲ ବାରତା ଜଗତ ଜନେ

ଲଘୁଜନେ ଆଶିଷ ଢାଳି ।         

ପାଳନ୍ତି ଅପୂର୍ବ ପର୍ବ ସକଳେ ମିଳି।୨।


ଯିଏ ଥାଉ ଯେତେ ଦୂରେ ବରଷକେ ଆସି ଥରେ

ନୂଆଖାଇ ଦିନ ମିଳି ନିଜ ସଦନେ 

ବନ୍ଧୁ ପରିଜନେ ମିଳି ସବୁ ଭେଦଭାବ ଭୁଲି

ନୂଆଖାଇ ଭେଟ ଘାଟ ହୁଅନ୍ତି ଜନେ। 

ଆରିସାଦି ପିଠା ପଣାରେ

ମହକଇ ପଡା ନୂଆଁଖାଇ ଜୁହାରେ।୩।


କେତେକେତେ ନୃତ୍ୟ ଗୀତ ପୁରପଲ୍ଲୀ ମୁଖରିତ

ଡାଲଖାଇ ରଙ୍ଗବତୀ ରସରକେଲି

ଢ଼ୋଲ୍ ମାଦଲର ତାନେ ତରୁଣ ତରୁଣୀ ଗଣେ

ନାଚି ଗାଇ ନାନାରଙ୍ଗରେ ଝୁଲି ଝୁଲି।

କି ମଧୁର ମହୁରୀ ତାନ 

ଆବର ଘୁଙ୍ଗୁରୁ କରେ ମୃଦୁ ଗୁଞ୍ଜନ।୪।



Rate this content
Log in

Similar oriya poem from Inspirational