STORYMIRROR

Madhabi Patel

Inspirational

3  

Madhabi Patel

Inspirational

ପୁସ୍ତକ ଦିବସ

ପୁସ୍ତକ ଦିବସ

1 min
176

ଜ୍ଞାନଗୁଣ ରସଶିକ୍ତ ଝରଇ ଅମୃତ

ସାହାଯ୍ୟ ତା ଲୋଡିଥାଏ ବୃଦ୍ଧରୁ ବାଳୁତ।


ଜ୍ଞାନ ବିଜ୍ଞାନ ଭେଷଜ ଜ୍ୟୋତିଷ ଗଣିତ

ଯାନ୍ତ୍ରିକବିଦ୍ୟା ରୋଷେଇ ସିଲେଇ ସାହିତ୍ୟ।


ସର୍ବ କଳାର ଭଣ୍ଡାର ରସେ ରସାଣିତ

ପୁସ୍ତକ ପଢିଲେ ନର ହୁଅଇ ପଣ୍ଡିତ।


ଯାବତୀୟ ଯେତେ ଜ୍ଞାନତାର କଳେବରେ

ଉପଲବ୍ଧ ରହିଥାଏ ପୁସ୍ତକ ପୃଷ୍ଠାରେ।


ମୂର୍ଖକୁ ପଣ୍ଡିତ କରେ ଯାହାର ପଠନ

ଅବିବେକୀ ପଢିଲେ ତା ବଢଇ ସୁଜ୍ଞାନ।


ଧର୍ମ ଅଧର୍ମ କରମ ଫରକର ମର୍ମ

ପଥଭ୍ରଷ୍ଟକୁ ସୁପଥ ମିଳଇ ସୁଗମ।


ପୁରାଣ ଉପନିଷଦ କାବ୍ୟ କବିତା ବାରତା

ଚିତ୍ର ଗଳ୍ପ ସଙ୍ଗୀତ ନାଟ୍ୟରୂପର ସରିତା।


ପୁସ୍ତକ ଛାତ୍ରକୁ ଦିଏ ଜ୍ଞାନର ସନ୍ଧାନ

ପୁସ୍ତକ ବିନା ମଣିଷ ପଶୁର ସମାନ।


ପୁସ୍ତକ ଦିବସେ ଆସ କରିବା ସ୍ମରଣ

ଆଲମାରୀରେ ନ ଥୋଇ କରିବା ପଠନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational