STORYMIRROR

Madhabi Patel

Inspirational

3  

Madhabi Patel

Inspirational

ଶାନ୍ତି

ଶାନ୍ତି

1 min
189

ଧର୍ମ ବିରୋଧୀ ମତ ଭିତରେ

ଦେଶହୁଏ କଳୁଷିତ।

ଭ୍ରାତୃତ୍ୱ ଭାବନା ଛିନ୍ନ ହୁଏ ଆଜି

ଦେଶ ପ୍ରୀତି ନିର୍ବାପିତ।


କେମିତି ସମୟ ଆସିଛି ଏଇରେ

ଭାଇ ଭାଇ ଧରି ଛୁରୀ।

ପଥର ପ୍ରହାର କରନ୍ତି ଏଠାରେ

ହିଂସାର ପଥ ଆଚରି।


କାହିଁକିରେ ଭାଇ ଏ ସବୁ ବିଦ୍ୱେଷ

ମନରେ ବିଦ୍ରୋହ ନିଆଁ।

ଜଳିଯିବ କ୍ଷଣେ ସୁନ୍ଦର ପୃଥିବୀ

ହୋଇଯିବ ସବୁ ସ୍ୱାହା।


ସମୟ ନୁହେଁରେ ଅନ୍ୟର କଥାରେ

ବିବେକକୁ ବଳିଦେବା ।

ହିଂସା ଆପଣାଇ ନିଜର ଗୃହରେ

ଅଗ୍ନିକଣା ବୁଣିଦେବା।


ଜଳିଲେ ନିଆଁରେ ସମସ୍ତେ ପୋଡିବା

ଛାଡିବନି ଏକ ଘର।

ବାଛିବନି ଧର୍ମ ସର୍ବେ ଝଲସିବା

ସବୁ ହେବ ଝାରଖାର।


ଶିଶୁରୁ ମହିଳା ଛାଡ ପାଇବେନି

ହାହାକାର ଖେଳିଯିବ।

ସାବଧାନ ହୁଅ ବେଳସୁ ଭାଇରେ

ଶାନ୍ତି କଥା ଟିକେ ଭାବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational