STORYMIRROR

Mitanjali Satapathy

Inspirational

3  

Mitanjali Satapathy

Inspirational

ବାପା ବୋଉ

ବାପା ବୋଉ

1 min
318

ଆମ ଭାଇ ଭଉଣୀଙ୍କୁ ପ୍ରଥମ ସୂର୍ଯ୍ୟାଲୋକ ଦେଖାଇଥିଲେ 

ସେ ହେଉଛନ୍ତି ଆମ ବାପା ବୋଉ |

ଦରୋଟି ଭାଷାର କଥା ଶୁଣି  

ଖୁବ୍ ଖୁସି ହେଉଥିଲେ ଆମ ବାପା ବୋଉ | 

ଆଙ୍ଗୁଳି ଧରି ଚଲାଇ ଶିଖାଇଥିଲେ  

ସେ ଆମ ବାପା ବୋଉ  | 

ନାନାବାୟା ଗୀତ ଗାଇ ଶୁଆଇଦେଉଥିଲେ  

ଆମ ବାପାବୋଉ | 

ଟୁଆ଼ଁଟୁଇଁ , ବୁଢ଼ିଅସୁରୁଣୀ, ପରିରାଇଜ ରାଜକୁମାର 

ଗପ ଶୁଣାଇ ମନ ମୋହି ଦେଉଥିଲେ  ଆମ ବାପାବୋଉ | 

ନିଜେ ପୁରୁଣା ପିନ୍ଧି 

ସବୁ ପରବେ ନୂଆ ପିନ୍ଧାଉଥିଲେ ଆମକୁ 

ଆମ ବାପାବୋଉ | 

ଭୋଗରାଗ ,ପିଠାପଣାରେ ଘର ପୂରାଉଥିଲେ  

ଆମ ବାପାବୋଉ | 

ପାଠ ପଢ଼ାଇ ଭଲ ମଣିଷ କରିବେ ବୋଲି 

ପଣ କରିଲେ ଆମ ବାପା ବୋଉ |

ଆଦ୍ୟ ଯଉବନେ ଆମେ ପାଦ ଦେଉ ଦେଉ  

ମନକୁ ମାରିଲେ ଆମ  ବାପାବୋଉ  

ଯୌତୁକ ପାଇଁ ସଜାଡ଼ୁ ସଜାଡ଼ୁ

ଭୁଲି ଗଲେ ନିଜ ସୁଖ ସ୍ୟାଛନ୍ଦକୁ |

ଭଲ ଘରଟିଏ କରିବେ ବୋଲି 

ମନରେ କରିଲେ ସ୍ଥିର |

ବାକି ଜୀବନର ଖୁସିହାସିକୁ 

ଚାପି ଦେଲେ ଘର ଭିତରେ ତାଙ୍କର 

ସଉକ ବୋଲି ଜାଣିଲେନି କିଛି 

କରିଚାଲିଲେ ଖାଲି କର୍ତ୍ତବ୍ୟ |

ସେ ହେଉଛନ୍ତି ଆମ ବାପାବୋଉ |  

ଜୀବନର ପ୍ରତି ସୁଖେ ଦୁଃଖେ 

ରହିଛନ୍ତି ସଦା ଆମ ସାଥେ 

ସେ ଆମ ଚିର ନମସ୍ୟ ବାପାବୋଉ |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Mitanjali Satapathy

ବାପା

ବାପା

1 min ପଢ଼ନ୍ତୁ

ବାପା

ବାପା

1 min ପଢ଼ନ୍ତୁ

ବୋଉ

ବୋଉ

1 min ପଢ଼ନ୍ତୁ

ମୋ ବୋଉ

ମୋ ବୋଉ

1 min ପଢ଼ନ୍ତୁ

କରୋନା

କରୋନା

1 min ପଢ଼ନ୍ତୁ

Similar oriya poem from Inspirational