ବାପା
ବାପା
କାଲି ପରି ପୂରି ଯିବ ବରଷଟେ ପରା
ଆଜି ଯାଏ ଶୁଖୁ ନାହିଁ ଆଖିରୁ ଲୁହଧାରା ।
ଥମି ଥମି ଉଠୁଛି ହୃଦରେ କୋହ
ମାନୁନି ବୋହୁଛି ଆଖିରୁ ଲୁହ ।
କେମିତି ସହିଛ ଭଗବାନ ତୁମେ
ଦୋଷୀକୁ ନ ଦେଇ ଦଣ୍ଡ ।
ଶୁଣିଛି କହନ୍ତି ଭଗବାନଙ୍କର
ଦ୍ଵିତୀୟ ରୂପ କଳି ଯୁଗେ ଡାକ୍ତର ।
କିଏ ସେବେ ରୋଗୀକୁ ସତେ ଯେମିତି ଅଶ୍ଵନୀକୁମାର
କିଏ ଭୁଲି ମାନବିକତାକୁ ଟଙ୍କାକୁ କରେ ନିଜର ।
ଲାଗେ ନାହିଁ ଟିକେ ଦୁଃଖ ଅନୁଶୋଚନା
ଅପକର୍ମ କରେ କେମିତି ହୋଇ ଏତେ ହୀନମନା ।
ବିଶ୍ୱାସରେ ଆସନ୍ତି ସଭିଏଁ ସୁସ୍ଥ ହେବା ପାଇଁ
ବିଶ୍ୱାସରେ ଭରିଦିଅନ୍ତି ବିଷ ଦାୟିତ୍ବହୀନ ହୋଇ ।
ଯଦି ଭାବନ୍ତେ ଏ ହୋଇ ଥାଆନ୍ତେ ଆମର ପିତାମାତା
କରନ୍ତେ ନାହିଁ ଦୁଷ୍କର୍ମ ଅବା ବୟସ୍କଙ୍କୁ ଅଣଦେଖା ।
ତୁମେ ଥିଲ ବାପା ମୋର ଅତି ନିଜର
ତୁମ ବିନା ଲାଗେ ଆଜି ସବୁ ପର ।
ତୁମ ବିନା ଭାଙ୍ଗି ଗଲା ମେରୁଦଣ୍ଡ ଘରର
କେମିତି ସଳଖି ଠିଆ ହେବ ଏ ଘର ।
ମିତାଞଳି ଶତପଥୀ
