ମୋ ବୋଉ
ମୋ ବୋଉ
ଆଜି ମନେ ପଡେ
ବୋଉର ହାତ ତିଆରି ଆରିସା, କାକରା
ଗଇଁଠା, ମଣ୍ଡା , ପୋଡ଼ପିଠା, ଚିତଉ, ଚକୁଳି |
କେତେ ଆଦରରେ ପିଲା ଖାଇବେ ବୋଲି
ହାତେ ଧରି ହେମଦସ୍ତା
ଚାଉଳକୁ କରେ ଚୁନା
କରେ ସେଥିରେ ପିଠା |
ତା' ପାଇଁ ନଥିଲେ ଦୁଃଖ ନଥାଏ ତା'ର
ଖୁସିରେ ପିଲାଙ୍କ ଖାଇବା ଦେଖିଲେ
ଉକୁଟି ଉଠେ ଦୁଇ ଓଠେ ହସ ତାର |
ବୋହୂକୁ କହିଲା ଶିଖିଯା ମା ରେ ମୋ ପାଖରୁ କିଛି
ଦେବୁ କରି ଖାଇବାକୁ ତୋ ପିଲା,ନାତି ନାତୁଣୀଙ୍କି |
ଚଢ଼ା ଗଳାରେ ବୋହୂ ଦେଲା ଉତ୍ତର
ତମ ଜମାନା ବଦଳି ଗଲାଣି
ଜନ୍ମଦିନ ରେ ଆଜି ହେଉନି ପିଠାପଣା |
କ୍ୟାଣ୍ଡେଲ ଜାଳି କାଟିବି କେକ୍ |
ତମ ପରି ଦେବିନି ପିଲାଙ୍କୁ ଚକୁଳି,ମଣ୍ଡା
କରିଦେବି ମ୍ୟାଗି ,ଚଉମିନ |
ସ୍ୱାମୀଙ୍କୁ କହିବି ଆଜି ଘରକୁ ଫେରିବା ବେଳେ
ନେଇ ଆସିବ ପିଜା
ଟିଭି ଦେଖି ପିଜା ଖାଇ ,ମାରିବି ମ
ଜା |
ତମ ସମୟ ଗଲାଣି ବୋଉ
ଛାଡ଼ି ଦିଅ ତମ ସିଂହାସନ
ତମ ରାଜୁତି ଆଉ ଚାଲିବ ନାହିଁ
ଆମେ ଚଳାଇବୁ ଏଥର ଘର
ଆମ ଶାସନେ ଚାଲିବ ତୁମେ
ଆମ ରାଜୁତି ଏବେ |
ଆଜି ବୋଉ ଆଖିରେ ନିଦ ନାହିଁ
ଚାହିଁଛି କାନ୍ଥଘଣ୍ଟାଟିକୁ
ଦେଖୁଛି ଚାଲିଛି ସେ ଅବିରାମ ଗତିରେ |
ବୟସ ଟିକିଏ ବଢ଼ି ଯାଇଥିଲେବି
ବୋଉ ଚାଲିଛି ଅବିରାମ ଗତିରେ
ବୋହୂ ମାରୁଛି ଥକ୍କା |
ନାହିଁ ତା ମନେ ହିଂସା ,ଦ୍ଵେଷ
ଗଙ୍ଗା ପରି ସେ ପବିତ୍ର |
ନିଜ ପୁଅ ଝିଅ ପରି ଭଲ ପାଉଛି ନାତି ନାତୁଣୀଙ୍କ ତା'ର
କାହାରି କଟୁକଥାକୁ ଖାତିର ନ ଥାଏ
ସମସ୍ତଙ୍କୁ ଖୁସି କରିବା ପାଇଁ
ନିଜ ଦୁଃଖକୁ ମନରେ ରଖି
କାମ କରି ଯାଉଥାଏ ଲୋଟଣିପାରା ପରି |
ହେଲେ ଆଜି ସେ ଅଦରକାରୀ
ବୋହୂ ଶୁଣାଇଛି ଦିପଦ ତା'କୁ
ଲୁହର ବହୁଛି ବାରି |