STORYMIRROR

Mitanjali Satapathy

Others

2.6  

Mitanjali Satapathy

Others

କରୋନା

କରୋନା

1 min
681

କରୋନା ବହ୍ନିରେ ଜଳୁଛି ସାରା ବିଶ୍ୱ

ଶୁଭୁଛି ଆର୍ତ୍ତନାଦ ନିରୀହ ମଣିଷର | 

 

କରୋନା ରୂପ ଦେଖିତ ହେଉନି

ଅଦୃଶ୍ୟ ଭାବେ କରୁଛି କି କଲବଲ |


ଜୀବନର ମୋହ ନ ସରୁଣୁ, ଯମ ପାଞ୍ଜିପଟା ନ ଦେଖୁଣୁ

କରୋନା ନେଉଛି କେତେ ଅମୂଲ୍ୟ ଜୀବନ |


ଭେଷଜବିଜ୍ଞାନେ ରହିଛି କେତେ ରୋଗର ନାମ

କରୋନା କେଉଁଠୁ ଆସିଲା, କେମିତି ଆସିଲା

ସର୍ବାଗ୍ରେ ପାଇଲା ସ୍ଥାନ | 


ସଭିଏଁ ଡରିଲେ, ମୁଖେ ତୁଣ୍ଡି ବାନ୍ଧି ମୁହଁ କୁ ଲୁଚାଇଲେ

ତଥାପି ଲାଗୁନି କରୋନାକୁ ଟିକେ ଲାଜ

ଅଲାଜୁକ ପରି ବିନା ନିମନ୍ତ୍ରଣେ ରହିଛି କାବୁ କରି ଏତେ ଦିନ।


ଲୁଚି ଛପି କେମିତି ଶରୀରେ ପଶୁଛି

ଗୋଟି ଗୋଟି କରି ଜୀବନ ନେଉଛି

କେତେ ନିର୍ଦ୍ଦୟ ନିଷ୍ଠୁର ସେ

ହରାଇ ବସିଛି ହିତାହିତ ଜ୍ଞାନ |


କେଉଁଦିନ ଛାଡି ଯିବ ସେ ଆମ ଦେଶ

ଫୁଟିବ ସଭିଙ୍କ ଓଠରେ ହସ |


Rate this content
Log in