STORYMIRROR

Mitanjali Satapathy

Inspirational

3  

Mitanjali Satapathy

Inspirational

ବାପା

ବାପା

1 min
352

ପୁତ୍ର ହେଉ ଅବା କନ୍ୟା ହେଉ 

ପାଠ ପଢ଼ି ଭଲ ମଣିଷଟେ ହେଉ

ଯୋଗ୍ୟ କରିବା ପାଇଁ ଅବଶୋଷ ମନରେ ନ ରହୁ ବୋଲି

ଦୁଃଖ ସମୁଦ୍ରକୁ କରିଥିଲ ତୁମେ ପାରି |

 

ସନ୍ତାନର ଅଭାବ ପୂରଣ ପାଇଁ

ନିଜେ ରହି ଉପବାସ 

ଦୁଃଖ ରଖି ମନରେ ତୁମର

ହସ ହସି ତୁମେ ପୁରାଅ ସନ୍ତାନର ଉଦର

ତୁମ ଉଦାରତାର ନାହିଁ ପଟାନ୍ତର |

 

ମାତା ଜନ୍ମଦାତ୍ରୀ ହେଲେ  

ପିତା ଯେ ସମାଜେ ପରିଚୟର ଖୁଣ୍ଟ | 


ସନ୍ତାନ ଅବାଟରେ ଗଲେ 

ବାଟକୁ ଆଣିବା ପାଇଁ ହୁଅ ତୁମେ ବଡ଼ କଠୋର 

ହେଲେ ହୃଦୟଟା ତୁମର ମମତାରେ ଭରପୁର |

ନିଜ କଷ୍ଟ କେବେ ପ୍ରକାଶ ନ କରି 

ସନ୍ତାନର ସବୁ ସ୍ୱପ୍ନକୁ କର ସାକାର |

 

ଆସୁ ପଛେ ଯେତେ ଝଡ଼ ଝଞ୍ଜା ବିପତ୍ତି

ତୁମେ ସଦା କୁହ ସନ୍ତାନ ମୋର ବଡ଼ ସମ୍ପତ୍ତି |

 

ବାପା ବୋଲି କେବେ କରିନ ଗରବ  

ସନ୍ତାନ ପାଇଁ କୁହ ମୁଁ ଗରୀୟାନ 

ଆଶା କର ନାହିଁ କେବେ ପୁତ୍ର କନ୍ୟାଙ୍କ ଠାରୁ କିଛି 

ତୁମେ ଖାଲି ଦେଇ ଚାଲ | 


ତୁମ ଆଦର୍ଶର ପୀୟୂଷକୁ ପିଇ

ଧାଇଁଛି ମୁଁ ସଦା ତୁମ ଯଶ ରଖିବା ପାଇଁ 

ବାପା ପରା ମୋର ସରଗଠୁ ବଡ଼ 

ମୋ ପାଇଁ ଅଟନ୍ତି ଜୀବନ୍ତ ଠାକୁର | 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Mitanjali Satapathy

ବାପା

ବାପା

1 min ପଢ଼ନ୍ତୁ

ବାପା

ବାପା

1 min ପଢ଼ନ୍ତୁ

ବୋଉ

ବୋଉ

1 min ପଢ଼ନ୍ତୁ

ମୋ ବୋଉ

ମୋ ବୋଉ

1 min ପଢ଼ନ୍ତୁ

କରୋନା

କରୋନା

1 min ପଢ଼ନ୍ତୁ

Similar oriya poem from Inspirational