ବାପା
ବାପା
ପୁତ୍ର ହେଉ ଅବା କନ୍ୟା ହେଉ
ପାଠ ପଢ଼ି ଭଲ ମଣିଷଟେ ହେଉ
ଯୋଗ୍ୟ କରିବା ପାଇଁ ଅବଶୋଷ ମନରେ ନ ରହୁ ବୋଲି
ଦୁଃଖ ସମୁଦ୍ରକୁ କରିଥିଲ ତୁମେ ପାରି |
ସନ୍ତାନର ଅଭାବ ପୂରଣ ପାଇଁ
ନିଜେ ରହି ଉପବାସ
ଦୁଃଖ ରଖି ମନରେ ତୁମର
ହସ ହସି ତୁମେ ପୁରାଅ ସନ୍ତାନର ଉଦର
ତୁମ ଉଦାରତାର ନାହିଁ ପଟାନ୍ତର |
ମାତା ଜନ୍ମଦାତ୍ରୀ ହେଲେ
ପିତା ଯେ ସମାଜେ ପରିଚୟର ଖୁଣ୍ଟ |
ସନ୍ତାନ ଅବାଟରେ ଗଲେ
ବାଟକୁ ଆଣିବା ପାଇଁ ହୁଅ ତୁମେ ବଡ଼ କଠୋର
ହେଲେ ହୃଦୟଟା ତୁମର ମମତାରେ ଭରପ
ୁର |
ନିଜ କଷ୍ଟ କେବେ ପ୍ରକାଶ ନ କରି
ସନ୍ତାନର ସବୁ ସ୍ୱପ୍ନକୁ କର ସାକାର |
ଆସୁ ପଛେ ଯେତେ ଝଡ଼ ଝଞ୍ଜା ବିପତ୍ତି
ତୁମେ ସଦା କୁହ ସନ୍ତାନ ମୋର ବଡ଼ ସମ୍ପତ୍ତି |
ବାପା ବୋଲି କେବେ କରିନ ଗରବ
ସନ୍ତାନ ପାଇଁ କୁହ ମୁଁ ଗରୀୟାନ
ଆଶା କର ନାହିଁ କେବେ ପୁତ୍ର କନ୍ୟାଙ୍କ ଠାରୁ କିଛି
ତୁମେ ଖାଲି ଦେଇ ଚାଲ |
ତୁମ ଆଦର୍ଶର ପୀୟୂଷକୁ ପିଇ
ଧାଇଁଛି ମୁଁ ସଦା ତୁମ ଯଶ ରଖିବା ପାଇଁ
ବାପା ପରା ମୋର ସରଗଠୁ ବଡ଼
ମୋ ପାଇଁ ଅଟନ୍ତି ଜୀବନ୍ତ ଠାକୁର |