ପରୀକ୍ଷା
ପରୀକ୍ଷା
ପରୀକ୍ଷା ପରୀକ୍ଷା ପରୀକ୍ଷା
ଜୀବନଟା ଖାଲି ପରୀକ୍ଷାମୟ
ପ୍ରତି ପଦକ୍ଷେପେ ଦେବାକୁ ପଡ଼େ ପରୀକ୍ଷା
ହେଲେ ସବୁ ପରୀକ୍ଷା ମଧ୍ୟେ
ବଡ ନିଆରା ଛାତ୍ର ଜୀବନର ପରୀକ୍ଷା |
ଛାତ୍ର ସମୟ ପରା ତ୍ୟାଗ ଜୀବନ
ତ୍ୟାଗର ଶାଖାରେ ଫୁଟେ ମେଞ୍ଚା ମେଞ୍ଚା ସୁବାସିତ ଫୁଲ
ବର୍ଷ ଶେଷେ ଫଳେ ସେ ଶାଖାରେ ସୁସ୍ୱାଦୁ ଫଳ |
ବର୍ଷ ସାରାର ପରିଶ୍ରମ, ଆହରଣ କରିଥିବା ଜ୍ଞାନ
ନିର୍ଦ୍ଦିଷ୍ଟ ସମୟ ମଧ୍ୟେ ପରୀକ୍ଷା ଖାତାରେ ଲେଖିବାକୁ ପଡେ ଦେଇ ମନ ଧ୍ୟାନ |
ଏହି ସମୟ ବହୁ ମୂଲ୍ୟବାନ
କରେ ନିର୍ଦ୍ଧାରଣ ତା'ର ଆଗାମୀ ଭବିଷ୍ୟତ
ଚାତକ ପରି ଚାହିଁ ବସିଥାଏ ପରୀକ୍ଷା ଫଳ ପ୍ରକାଶ ପାଇଁ
ପରୀକ୍ଷା ଫଳ ଆଣିଦିଏ କାହା ଓଠେ ହସ
ଭରିଦିଏ କାହା ଆଖିରେ ଲୁହ |
କିଏ ବାଣ୍ଟେ ମିଠା ଖୁସିରେ ହୋଇ ଆତ୍ମହରା
କାହା ପେଟକୁ ନ ଯାଏ ଦାନା
କାହା ଶବ ଝୁଲେ ଗାଁ ବରଗଛ ଡାଳେ
କିଏ ଖାଇ କୀଟନାଶକ
ଜୀବନ ମୃତ୍ୟୁ ସଙ୍ଗେ ସଂଗ୍ରାମ କରେ ହସ୍ପିଟାଲ ବେଡ୍ ରେ |
