STORYMIRROR

Mitanjali Satapathy

Others

3  

Mitanjali Satapathy

Others

ପରୀକ୍ଷା

ପରୀକ୍ଷା

1 min
385

ପରୀକ୍ଷା  ପରୀକ୍ଷା  ପରୀକ୍ଷା

ଜୀବନଟା ଖାଲି ପରୀକ୍ଷାମୟ

ପ୍ରତି ପଦକ୍ଷେପେ ଦେବାକୁ ପଡ଼େ ପରୀକ୍ଷା

ହେଲେ ସବୁ ପରୀକ୍ଷା ମଧ୍ୟେ

ବଡ ନିଆରା ଛାତ୍ର ଜୀବନର ପରୀକ୍ଷା |


ଛାତ୍ର ସମୟ ପରା ତ୍ୟାଗ ଜୀବନ

ତ୍ୟାଗର ଶାଖାରେ ଫୁଟେ ମେଞ୍ଚା ମେଞ୍ଚା ସୁବାସିତ ଫୁଲ

ବର୍ଷ ଶେଷେ ଫଳେ ସେ ଶାଖାରେ ସୁସ୍ୱାଦୁ ଫଳ |

 

ବର୍ଷ ସାରାର ପରିଶ୍ରମ, ଆହରଣ କରିଥିବା ଜ୍ଞାନ 

ନିର୍ଦ୍ଦିଷ୍ଟ ସମୟ ମଧ୍ୟେ ପରୀକ୍ଷା ଖାତାରେ ଲେଖିବାକୁ ପଡେ ଦେଇ ମନ ଧ୍ୟାନ |


ଏହି ସମୟ ବହୁ ମୂଲ୍ୟବାନ

କରେ ନିର୍ଦ୍ଧାରଣ ତା'ର ଆଗାମୀ ଭବିଷ୍ୟତ

ଚାତକ ପରି ଚାହିଁ ବସିଥାଏ ପରୀକ୍ଷା ଫଳ ପ୍ରକାଶ ପାଇଁ

ପରୀକ୍ଷା ଫଳ ଆଣିଦିଏ କାହା ଓଠେ ହସ 

ଭରିଦିଏ କାହା ଆଖିରେ ଲୁହ |


କିଏ ବାଣ୍ଟେ ମିଠା ଖୁସିରେ ହୋଇ ଆତ୍ମହରା 

କାହା ପେଟକୁ ନ ଯାଏ ଦାନା 

କାହା ଶବ ଝୁଲେ ଗାଁ ବରଗଛ ଡାଳେ

କିଏ ଖାଇ କୀଟନାଶକ  

ଜୀବନ ମୃତ୍ୟୁ ସଙ୍ଗେ ସଂଗ୍ରାମ କରେ ହସ୍ପିଟାଲ ବେଡ୍ ରେ |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Mitanjali Satapathy

ବାପା

ବାପା

1 min ପଢ଼ନ୍ତୁ

ବାପା

ବାପା

1 min ପଢ଼ନ୍ତୁ

ବୋଉ

ବୋଉ

1 min ପଢ଼ନ୍ତୁ

ମୋ ବୋଉ

ମୋ ବୋଉ

1 min ପଢ଼ନ୍ତୁ

କରୋନା

କରୋନା

1 min ପଢ଼ନ୍ତୁ