STORYMIRROR

Mitanjali Satapathy

Tragedy

4.5  

Mitanjali Satapathy

Tragedy

ବାପା

ବାପା

1 min
49

ଦୁର୍ବଳ ନୁହେଁ ସୁସ୍ଥ ମନରେ 
ମାଗୁଛି ଭିକ୍ଷା ତୁମକୁ ବାପା 
ଯେଉଁ ମାନେ ତୁମକୁ ଦେଲେ ନର୍କ ଯନ୍ତ୍ରଣା 
ଦିଅ ତାଙ୍କୁ ଶାସ୍ତି
ପାଉ ତୁମ ଆତ୍ମା ଶାନ୍ତି 
ଦେଖୁ ମୋ ଚର୍ମ ନୟନ।

ଆଜି ବି ଭାବୁଛି ମରି ନାହଁ ତୁମେ 
ମାରି ଦେଇଛନ୍ତି ନର ରୂପୀ ରାକ୍ଷସମାନେ
ସେମାନଙ୍କୁ କେବେ କରିବନି କ୍ଷମା।
 
ଆଜି ବି ମନେ ଅଛି 
ହସ୍ପିଟାଲ ବେଡ଼ରେ ପ୍ରତିଟି କଥା 
କେତେ କାକୁତି ମିନତି ହୋଇ କହୁଥିଲ ତୁମେ 
ନେଇ ଯାଅ ଏଠୁ ମୋତେ 
ମାରିଦେବ ଏମାନେ , ବଞ୍ଚିବାକୁ ଦେବେନି ମୋତେ।
 
ଆଜି ବି ଚାହିଁଛି 
ଯେଉଁଦିନ ଦେଖିବି ତାଙ୍କ କୃତ କର୍ମର ଫଳ 
ସେଦିନ ଯାଣିବି ଭଗବାନ ଅଛନ୍ତି 
ଏ ସାରା ସଂସାରେ ପ୍ରତି କୋଣେ ଅନୁକୋଣେ।

ଶ୍ମଶାନ ଜୁଇରେ ଜଳିଗଲେ ଶରୀର
ମୃତ୍ୟୁ ହୁଏ ନାହିଁ କେବେ 
ଯେତେ ଦିନ ଯାଏ ଅଛ ମୋ ମନ ମନ୍ଦିରେ
ମରି ନାହଁ ବାପା ତୁମେ ।

ମିତାଞ୍ଜଳି ଶତପଥୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Mitanjali Satapathy

ବାପା

ବାପା

1 min ପଢ଼ନ୍ତୁ

ବାପା

ବାପା

1 min ପଢ଼ନ୍ତୁ

ବୋଉ

ବୋଉ

1 min ପଢ଼ନ୍ତୁ

ମୋ ବୋଉ

ମୋ ବୋଉ

1 min ପଢ଼ନ୍ତୁ

କରୋନା

କରୋନା

1 min ପଢ଼ନ୍ତୁ

Similar oriya poem from Tragedy